ଭୁବନେଶ୍ବର:ଆସନ୍ତା ଜୁଲାଇ 28 ତାରିଖରୁ ବର୍ମିଂହାମରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟଗୋଷ୍ଠୀ କ୍ରୀଡା । 37 ଜଣିଆ ଭାରତୀୟ ଆଥଲେଟିକ ଦଳ ଭାଗ ନେବେ । ଭାରତୀୟ ଆଥଲେଟିକ ସଂଘ ପକ୍ଷରୁ (AFI) ଖେଳାଳିଙ୍କ ତାଲିକା ଘୋଷଣା ହୋଇଛି । ଓଡିଶାରୁ ଦୁଇ ଅଲିମ୍ପିଆନ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ଦଳରେ ସ୍ଥାନ ପାଇଛନ୍ତି । ମହିଳା 4X100 ମିଟର ରିଲେ ଦଳରେ ଦୁଇ ତାରକା ସାମିଲ ହୋଇଛନ୍ତି ।
ଦୂତିଙ୍କ ନାମରେ 100 ମିଟରରେ ଜାତୀୟ ରେକର୍ଡ (11.17 ସେକେଣ୍ଡ) ରହିଛି । ହେଲେ ରାଜ୍ୟଗୋଷ୍ଠୀ କ୍ରୀଡାର ଯୋଗ୍ୟତା ଟାଇମିଂ (11.31) ହାସଲ କରିବାରେ ସେ ବିଫଳ ହୋଇଥିଲେ । ସେହିପରି ଶ୍ରାବଣୀ ନନ୍ଦ କୌଣସି ଜାତୀୟ ଇଭେଣ୍ଟରେ ଅଂଶ ଗ୍ରହଣ କରିନଥିଲେ । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁପ୍ରିରେ ଭାଗ ନେଇ ପଦକ ଜିତିଥିଲେ । ଏହାପରେ ଚେନ୍ନାଇରେ ଆୟୋଜିତ ଅନ୍ତଃରାଜ୍ୟ ଆଥଲେଟିକ ଚାମ୍ପିୟନସିପରେ ଭାଗ ନେଇଥିଲେ ।