ଓଡିଶା

odisha

By

Published : Aug 14, 2021, 7:40 PM IST

ETV Bharat / sports

ମହାମାରୀ ସମୟରେ ଦେଶବାସୀଙ୍କ ମନରେ ଖୁସି ଭରିଛନ୍ତି ଆଥଲେଟ: ରାଷ୍ଟ୍ରପତି

ଟୋକିଓ ଅଲମ୍ପିକରେ ଅଂଶଗ୍ରହଣ କରିଥିବା ଆଥଲେଟଙ୍କୁ ପ୍ରଶଂସା ସହ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ...

During the pandemic, you have given the country a reason to celebrate: President Kovind to Indian athletes
ମହାମାରୀ ସମୟରେ ଦେଶବାସୀଙ୍କ ମନରେ ଖୁସି ଭରିଛନ୍ତି ଆଥଲେଟ୍‌: ରାଷ୍ଟ୍ରପତି

ନୂଆଦିଲ୍ଲୀ: ସଦ୍ୟସମାପ୍ତ ହୋଇଥିବା ଟୋକିଓ ଅଲମ୍ପିକରେ ଅଂଶଗ୍ରହଣ କରିଥିବା ଆଥଲେଟଙ୍କୁ ପ୍ରଶଂସା ସହ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶନିବାର ଟିମକୁ ରାଷ୍ଟ୍ରପତି ଭବନରେ ଚା’ ପାଇଁ ନିମନ୍ତ୍ରଣ କରିଥିଲେ ରାଷ୍ଟ୍ରପତି କୋବିନ୍ଦ ।

ଖେଳାଳିଙ୍କୁ ରାଷ୍ଟ୍ରପତି କୋବିନ୍ଦ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କହିଛନ୍ତି,"ଦେଶ ପାଇଁ ଗୌରବ ଆଣଥିବା ଆମର ଅଲମ୍ପିଆନଙ୍କ ପାଇଁ ସମଗ୍ର ଦେଶବାସୀ ଗର୍ବିତ । ଅଲମ୍ପିକରେ ଭାରତ ପାଇଁ ସର୍ବାଧିକ ସଂଖ୍ୟକ ପଦକ ଜିତିଛି ଏହି ଟିମ । ସମସ୍ତ ଦେଶବାସୀ ଏଥିପାଇଁ ଗର୍ବିତ, ସମସ୍ତଙ୍କୁ ଅନେକ ଶୁଭେଚ୍ଛା ।

ବିଶେଷ ଭାବେ ଭାରତବାସୀ ଦେଶର ସେହି ଝିଅମାନଙ୍କ ପାଇଁ ଗର୍ବିତ, ଯେଉଁମାନେ ଅନେକ ଅସୁବିଧା ଓ ଆହ୍ବାନ ସତ୍ତ୍ବେ ବିଶ୍ବସ୍ତରୀୟ ପ୍ରଦର୍ଶନ କରିଛନ୍ତି । COVID-19 ମହାମାରୀ ସମୟରେ ଖେଳାଳିମାନେ ଦେଶବାସୀଙ୍କୁ ଖୁସିରେ ଏକ ଉତ୍ସବ ମନାଇବାକୁ ସୁଯୋଗ ଦେଇଛନ୍ତି । ୧୩୦ କୋଟି ଭାରତୀୟ ତୁମର ସଫଳତା ପାଇଁ ପ୍ରାର୍ଥନା କରୁଥିଲେ ଓ ଉଲ୍ଲାସର ସହିତ ସମର୍ଥନ କରୁଥିଲେ । ଯେବେ ଦୀର୍ଘବର୍ଷ ପରେ ଅଲମ୍ପିକ୍‌ରେ ଭାରତର ଜାତୀୟ ପତାକା ଉପରକୁ ଉଠିବା ସହ ଜାତୀୟ ସଙ୍ଗୀନ ଗାନ କରାଯାଇଥିଲା ସେହି ସମୟରେ ନୀରଜ ଚୋପ୍ରାଙ୍କ ସହିତ ଆମ ଦେଶ ଏକାଠି ହୋଇଯାଇଥିଲା । ଐତିହାସିକ ପ୍ରଦର୍ଶନ ପାଇଁ ଅଭିନନ୍ଦନ, ଭବିଷ୍ୟତରେ ଆହୁରି ନୂଆ କିର୍ତ୍ତୀମାନ ହେବ ବୋଲି ଆଶା ।"

ରାଷ୍ଟ୍ରପତି କୋବିନ୍ଦ, ଖେଳାଳିଙ୍କ ପ୍ରସ୍ତୁତି ପାଇଁ ପରଦା ପଛରେ ରହି ସମସ୍ତ ପ୍ରୟାସ କରିଥିବା କୋଚ୍‌, ସପୋର୍ଟ ଷ୍ଟାଫ୍‌, ପରିବାର ସଦସ୍ୟ ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details