ଓଡିଶା

odisha

ETV Bharat / sports

କୋରୋନା ଯୋଦ୍ଧାଙ୍କୁ 3,500 ପିପିଇ କିଟ ଦେଲା ଡ୍ରିମ ସ୍ପୋର୍ଟସ୍ ଫାଉଣ୍ଡେସନ - କୋରୋନା ଯୋଦ୍ଧାଙ୍କୁ 3,500 ପିପିଇ କିଟ

ଡ୍ରିମ ସ୍ପୋର୍ଟସ୍ ଫାଉଣ୍ଡେସନ କୋଭିଡ ମୁକାବିଲା ପାଇଁ ଜାରି ରଖିଛି ପ୍ରୟାସ । ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ସହ କୋରୋନା ଯୋଦ୍ଧାଙ୍କ ପାଇଁ ଯୋଗାଇଲା 3,500 ପିପିଇ କିଟ । ଅଧିକ ପଢ଼ନ୍ତୁ...

DSF donates 3,500 PPE kits, 60,000 food packets, 3,500 hygiene kits, କୋରୋନା ଯୋଦ୍ଧାଙ୍କୁ 3,500 ପିପିଇ କିଟ, ଡ୍ରିମ ସ୍ପୋର୍ଟସ୍ ଫାଉଣ୍ଡେସନ
କୋରୋନା ଯୋଦ୍ଧାଙ୍କୁ 3,500 ପିପିଇ କିଟ ଦେଲା ଡ୍ରିମ ସ୍ପୋର୍ଟସ୍ ଫାଉଣ୍ଡେସନ

By

Published : Jun 18, 2020, 5:08 PM IST

ନୂଆଦିଲ୍ଲୀ: ଡ୍ରିମ ସ୍ପୋର୍ଟସ୍ ଫାଉଣ୍ଡେସନ, ମାର୍ଚ୍ଚ 2020 ଠାରୁ ଚାଲିଥିବା କୋଭିଡ-19 ସଙ୍କଟ ସମୟରେ 6 ଲକ୍ଷରୁ ଅଧିକ ଭାରତୀୟଙ୍କୁ ସାହାଯ୍ୟ କରିଛି। କୋଭିଡ-19 ବିରୋଧରେ ଲଢ଼େଇ ପାଇଁ ଦେଶର ସହଯୋଗ କରି ଡ୍ରିମ ସ୍ପୋର୍ଟସ୍‌ ଫାଉଣ୍ଡେସନ ମହାରାଷ୍ଟ୍ରରେ ଅସହାୟଙ୍କୁ ରନ୍ଧା ଖାଦ୍ୟ, ରାସନ, ହାଇଜିନ କିଟ ଆଦି ଯୋଗାଇ ଦେବା ସହ କୋରୋନା ସହ ଲଢ଼ୁଥିବା ଆଗଧାଡ଼ିରେ ଲଢ଼ୁଥିବା ଯୋଦ୍ଧା ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନର କର୍ମଚାରୀଙ୍କୁ ମଧ୍ୟ ସୁରକ୍ଷା କିଟ ସବୁ ଯୋଗାଇ ଦେଇଥିଲା । କେବଳ ସେତିକି ନୁହେଁ କୋଭିଡ-19 ପାଇଁ ପିଏମ କେୟାର୍ସ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ମଧ୍ୟ ଡିଏସଏଫ ସାହାଯ୍ୟ କରିଛି ।

ଡ୍ରିମ ସ୍ପୋର୍ଟସ୍‌ ଫାଉଣ୍ଡେସନ ହେଉଛି ଡ୍ରିମ୍ ସ୍ପୋର୍ଟସ୍‌ର ପରୋପକାରୀ ଶାଖା, ଯାହାର ପୋର୍ଟଫୋଲିଓରେ ରହିଛି ଡ୍ରିମ 11, ଫ୍ୟାନକୋଡ୍ ଏବଂ ଡ୍ରିମ୍ ଏକ୍ସ ଭଳି ବ୍ରାଣ୍ଡ । ଫିଡିଂ ଇଣ୍ଡିଆ, ବନ୍ଦନା ଫାଉଣ୍ଡେସନ, ମୁମ୍ବାଇ ଫୁଡ୍ ପ୍ରୋଜେକ୍ଟ, ଲର୍ନିଂ ବାଇ ଲୋକାଲ୍ ଏବଂ ଆଞ୍ଜେଲ ଏକ୍ସପ୍ରେସ ଭଳି ଏନଜିଓର ସହଯୋଗରେ ଡିଏସଏଫ ଦିନ ମଜୁରିଆ ଓ ଅସହାୟ ପରିବାର ମାନଙ୍କୁ ପ୍ରାୟ 60,000 ଖାଦ୍ୟ ପ୍ୟାକେଟ ଏବଂ 3500 ସ୍ବଚ୍ଛତା କିଟ ଯୋଗାଇ ଦେଇଥିଲା ।

ଏପରିକି ଡ୍ରିମ ସ୍ପୋର୍ଟସର କର୍ମଚାରୀମାନେ ବ୍ୟକ୍ତିଗତ ଭାବରେ 25 ଲକ୍ଷରୁ ଅଧିକ ସ୍ବେଚ୍ଛାକୃତ ଭାବରେ ଯୋଗଦାନ କରି 3,500 ପିପିଇ କିଟ ପ୍ରଦାନ କରିଛନ୍ତି । ଏହାସହ, ଡିଏସଏଫ ମହାରାଷ୍ଟ୍ରର ସରକାରଙ୍କୁ 4.75 ଲକ୍ଷ ମାସ୍କ ମଧ୍ୟ ସହଯୋଗ କରିଛି ଯାହା ଫ୍ରଣ୍ଟଲାଇନ କର୍ମଚାରୀଙ୍କ ମଧ୍ୟରେ ନିୟୋଜିତ ହେବ ।

ସାମ୍ନାକୁ ଆସିଥିବା COVID-19 ସଙ୍କଟ ବିଷୟରେ କଥାବାର୍ତ୍ତା କରି ଡ୍ରିମ୍ ସ୍ପୋର୍ଟସର ସିଇଓ ତଥା ସହ-ପ୍ରତିଷ୍ଠାତା ହର୍ଷ ଜୈନ କହିଛନ୍ତି, ‘‘ଏହା ଆମ ଦେଶ ତଥା ବିଶ୍ବ ପାଇଁ ଏକ ଅଦୃଶ୍ୟ ସଙ୍କଟ । ଆମ ପସମସ୍ତଙ୍କୁ ଦେଶକୁ ସମର୍ଥନ କରିବା ସହ ଦେଶ ପାଇଁ ଓ ଆଗଧାଡ଼ିର କୋରୋନା ଯୋଦ୍ଧାଙ୍କ ପାଇଁ ଛିଡା ହେବା ଆବଶ୍ୟକ । କୋଭିଡ଼-19 ମହାମାରୀର ମୁକାବିଲା ପାଇଁ ଆମେ ଆମର ସରକାରୀ ତଥା ନାଗରିକ ସଂସ୍ଥାକୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଆନନ୍ଦିତ ଯେ ଆମର ଉଦ୍ୟମ ଦ୍ବାରା ଆମେ 6 ଲକ୍ଷରୁ ଅଧିକ ଭାରତୀୟଙ୍କୁ ସାହାଯ୍ୟ କରିପାରୁଛୁ। କ୍ରୀଡ଼ା କର୍ମଚାରୀମାନେ ମଧ୍ୟ ଏହି ଯୁଦ୍ଧରେ ଦେଶକୁ ସାହାଯ୍ୟ କରିବା ପାଇଁ 25 ଲକ୍ଷ ପାଖାପାଖି ଯୋଗଦାନ ଦେବାକୁ ସ୍ବାଚ୍ଛାକୃତ ଭାବେ ଆଗକୁ ଆସିଥିଲେ।’’

@IANS

ABOUT THE AUTHOR

...view details