ଭୁବନେଶ୍ବର: ହକି ଇଣ୍ଡିଆର ସଭାପତି ହେବା ପରେ ଆକ୍ସନ ମୋଡରେ ଦିଲ୍ଲୀପ ତୀର୍କି। ହକିର ବିକାଶ ପାଇଁ ଅଣ୍ଟା ଭିଡିଲେ ହକି ଇଣ୍ଡିଆର ସଭାପତି। ଏଣିକି ଦେଶର ସମସ୍ତ ହକି ଏକାଡେମୀ, ସ୍ପୋର୍ଟ ହଷ୍ଟେଲ ବା ହକି ହଷ୍ଟେଲରେ ଜଣେ ଲେଖାଏଁ ଡ୍ରାଗ୍ ଫ୍ଲିକର କୋଚ୍ ଓ ଗୋଲ କିପର କୋଚ୍ ରହିବେ । ଏନେଇ ସବୁ ରାଜ୍ୟର ହକି ହଷ୍ଟେଲ ଓ ହକି ଏକାଡେମୀକୁ ନିର୍ଦ୍ଦେଶ ଦେଇଛନ୍ତି ହକି ଇଣ୍ଡିଆର ସଭାପତି ଦିଲ୍ଲୀପ । ଚିଠି ମାଧ୍ୟମରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ।
୧୬ ବର୍ଷ ବୟସରୁ କିପରି ସେମାନେ ଉଚିତ ଟ୍ରେନିଂ ନେଇ ସେନେଇ ହକି ଇଣ୍ଡିଆ ପକ୍ଷରୁ ଯୋଜନା କରାଯାଇଛି । ଏହି ଦୁଇଟି ପୋଜିସନ ଡ୍ରାଗ୍ ଫ୍ଲିକର ଓ ଗୋଲକିପର ବିଭାଗ ମର୍ଡନ ହକି ପାଇଁ ବହୁତ ଗୁରୁତ୍ୱପୂର୍ଣ । ଗ୍ରାସରୁଟରୁ କିଭଳି ହକିକୁ ମଜଭୁତ କରାଯିବ ସେ ନେଇ ଏବେ ଫୋକସ ଦିଆଯାଉଛି। ଗ୍ରାସରୁଟ ଲେବୁଲରେ ଅଧିକ ପୁଅ ଝିଅ କିପରି ହକିରେ ସାମିଲ ହୁଅନ୍ତୁ ଏବେ ସେମାନଙ୍କ ଭିତରୁ ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରାଯିବାକୁ ଲକ୍ଷ୍ୟ ରଖିଛି ହକି ଇଣ୍ଡିଆ ।