ଓଡିଶା

odisha

ETV Bharat / sports

ନିର୍ବାସନ ଆବେଦନରେ ନିରାଶ ପରେ ଅଷ୍ଟ୍ରେଲିଆ ଛାଡିଲେ ଜୋକଭିକ୍‌ - ଜୋକଭିକଙ୍କ ଭିସା ବାତିଲ

ମହାମାରୀ COVID-19 ଟିକା ନେଇନଥିବାରୁ ଅଷ୍ଟ୍ରେଲିଆ ଓପନ ଖେଳିପାରିଲେନି ବିଶ୍ବର ନମ୍ବର ୧ ଟେନିସ ଖେଳାଳି ନୋଭାକ ଜୋକଭିକ । ନିର୍ବାସନ ଏଡାଇବାକୁ ଶେଷ ପ୍ରୟାସରେ ନିରାଶ ହେବାପରେ ରବିବାର ସନ୍ଧ୍ୟାରେ ଅଷ୍ଟ୍ରେଲିଆ ଛାଡିଛନ୍ତି ଜୋକଭିକ୍‌ । ଅଧିକ ପଢନ୍ତୁ

Djokovic leaving Australia after losing deportation appeal
ନିର୍ବାଚନ ଆବେଦନରେ ନିରାଶ ପରେ ଅଷ୍ଟ୍ରେଲିଆ ଛାଡିଲେ ଜୋକଭିକ୍‌

By

Published : Jan 16, 2022, 10:28 PM IST

Updated : Jan 16, 2022, 10:51 PM IST

ମେଲବୋର୍ଣ୍ଣ: ମହାମାରୀ COVID-19 ଟିକା ନେଇନଥିବାରୁ ଅଷ୍ଟ୍ରେଲିଆ ଓପନ ଖେଳିପାରିଲେନି ବିଶ୍ବର ନମ୍ବର ୧ ଟେନିସ ଖେଳାଳି ନୋଭାକ ଜୋକଭିକ । ନିର୍ବାସନ ଏଡାଇବାକୁ ଶେଷ ପ୍ରୟାସରେ ନିରାଶ ହେବାପରେ ରବିବାର ସନ୍ଧ୍ୟାରେ ଅଷ୍ଟ୍ରେଲିଆ ଛାଡିଛନ୍ତି ଜୋକଭିକ୍‌ ।

ବିମାନବନ୍ଦରରେ COVID ଟିକାର ପ୍ରମାଣପତ୍ର ଦେଖାଇନପାରିବାରୁ ଦେଶରେ ପ୍ରବେଶ ପାଇଁ ଜୋକଭିକଙ୍କୁ ଅନୁମତି ମିଳିନଥିଲା । ଏହାପରେ ଅଷ୍ଟ୍ରେଲିଆ ସରକାର ଦୁଇଥର ତାଙ୍କର ଭିସାକୁ ବାତିଲ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି କୋର୍ଟର ଦ୍ବାରସ୍ଥ ହୋଇଥିଲେ ଭେଟେରାନ ଟେନିସ ଷ୍ଟାର ।

ଏହାମଧ୍ୟ ପଢନ୍ତୁ: EXCLUSIVE: ଟେଷ୍ଟ ଅଧିନାୟକ ପଦରୁ ବିରାଟଙ୍କ ଇସ୍ତଫାର ଖାସ୍‌ କାରଣ କହିଲେ ରଞ୍ଜୀବ ବିଶ୍ବାଳ

୩୪ ବର୍ଷୀୟ ସର୍ବିୟା ଟେନିସ ସୁପରଷ୍ଟାର ଜୋକଭିକ୍‌ କହିଛନ୍ତି, "ରାୟକୁ ସ୍ବାଗତ କରୁଛନ୍ତି ମାତ୍ର ଅତ୍ୟନ୍ତ ଦୁଃଖିତ ।" ଅଷ୍ଟ୍ରେଲିଆ ମିଡିଆ ରିପୋର୍ଟ ଅନୁଯାୟୀ, ଜୋକଭିକ୍‌ anm Emirates ବିମାନ ଯୋଗେଁ ଦୁବାଇ ଅଭିମୁଖେ ଉଡାଣ ଭରିଛନ୍ତି, ସେଠାରୁ ସମାନରେ ସେ ଅଷ୍ଟ୍ରେଲିଆ ପହଞ୍ଚିଥିଲେ । ଲଗାତାର ତିନୋଟି ଟାଇଟେଲ ସହ ରେକର୍ଡ ୯ଥର ଅଷ୍ଟ୍ରେଲିଆନ ଓପନ ଟାଇଟେଲ ଜିତିଛନ୍ତି ଜୋକଭିକ୍‌ । ମାତ୍ର ଚଳିତ ଥର ତାଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିନାହିଁ ।

Last Updated : Jan 16, 2022, 10:51 PM IST

ABOUT THE AUTHOR

...view details