ନୂଆଦିଲ୍ଲୀ: ଚଳିତ ବର୍ଷର କ୍ରୀଡା ସମ୍ମାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ମନୋନୟନ ପ୍ରକ୍ରିୟା ଚାଲୁ ରହିଛି । ତେବେ କ୍ରୀଡା ପୁରସ୍କାର ଚୟନ ପ୍ରକ୍ରିୟାରେ ପକ୍ଷପାତିତା ଓ ଭେଦଭାଦ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବକ୍ସର ଅମିତ ପଙ୍ଘଲ ।
କ୍ରୀଡା ସମ୍ମାନ ଚୟନରେ ଭେଦଭାବ ଅଭିଯୋଗ ଆଣିଲେ ବକ୍ସର ଅମିତ ପଙ୍ଘଲ ଏନେଇ ଏସିଆନ ଗେମ୍ସ ଗୋଲ୍ଡ ମେଡାଲ ବିଜେତା ବକ୍ସର ଅମିତ ପଙ୍ଘଲ, କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁଙ୍କୁ ଆପତ୍ତିଜଜଣାଇ ଚିଠି ଲେଖିଛନ୍ତି । ଚିଠିରେ ଚୟନ ପ୍ରକ୍ରିୟାରେ ସ୍ବଚ୍ଛତା ସହ ପରିବର୍ତ୍ତନ ପାଇଁ ଅନୁରୋଧ କରିଛନ୍ତି ଅମିତ ।
ନଜର ପକାନ୍ତୁ କ୍ରୀଡା ସମ୍ମାନ ଚୟନ ପ୍ରକିୟା ଉପରେ...
ପ୍ରଥମେ କ୍ରୀଡା ପୁରସ୍କାର ପାଇଁ ଇଚ୍ଛୁକ କ୍ରୀଡାବିତ, ସେ ପ୍ରତିନିଧିତ୍ବ କରୁଥିବା ଜାତୀୟ ଫେଡେରେସନକୁ ଆବେଦନ କରିବେ । ଏହାପରେ ଫେଡେରେସନ ପକ୍ଷରୁ କ୍ରୀଡା କମିଟିକୁ ଉକ୍ତ କ୍ରୀଡାବିତଙ୍କ ନାମ ସୁପାରିଶ କରାଯିବ । ଏହାପରେ କ୍ରୀଡା କମିଟି ସୁପାରିଶ କରାଯାଇଥିବା ଖେଳାଳିଙ୍କ ନାମ ମଧ୍ୟରୁ ପୁରସ୍କାର ପାଇଁ ମନୋନୀତ କରିବେ । ପରେ କ୍ରୀଡା ମନ୍ତ୍ରଣାଳୟର ଏକ କମିଟି ପଏଣ୍ଟ ଆଧାରରେ ଚୟନ କରିବେ । ବିଶ୍ବ ଚମ୍ପିଆନସିପ ମେଡାଲ ଓ ଅଲମ୍ପିକ ମେଡାଲକୁ ଅଧିକ ପଏଣ୍ଟ ହାସଲ କରିଥାଏ । ଚଳିତ ବର୍ଷର ମନୋନୟନ ପ୍ରକ୍ରିୟା ଚାଲୁ ରହିଥିବାବେଳେ, ଜୁନ 3 ରହିଛି ଶେଷ ତାରିଖ ।
କ୍ରୀଡା ସମ୍ମାନ ଚୟନରେ ଭେଦଭାବ ଅଭିଯୋଗ ଆଣିଲେ ବକ୍ସର ଅମିତ ପଙ୍ଘଲ ଭାରତର ପ୍ରଥମ ପୁରୁଷ ବକ୍ସର ଭାବେ ଗତ ବର୍ଷ ବିଶ୍ବ ଚମ୍ପିଆନସିପରେ ରୌପ୍ୟ ପଦକ ଜିତିଛନ୍ତି ଅମିତ । ଏଥିସହିତ ଲଗାତାର ସଫଳ ପ୍ରଦର୍ଶନ ମଧ୍ୟ କରିଛନ୍ତି । ଏସିଆନ ଚମ୍ପିଆନସିପରେ ସ୍ବର୍ଣ୍ଣ ବିଜେତା ମଧ୍ୟ ରହିଛନ୍ତି । ମାତ୍ର ଅର୍ଜୁନ ଆୱାର୍ଡ ପାଇଁ ବାରମ୍ବାର ପ୍ରତୀକ୍ଷିତ ହେଉଥିବା କହିଛନ୍ତି ଏହି ଚମ୍ପିଆନ ବକ୍ସର । ବର୍ଷ 2012ରେ ହାଡଫୁଟିର ଶୀକାର ହୋଇ ସେ କିଛି ଔଷଧ ସେବନ କରିଥିଲେ । ଫଳରେ ଡୋପିଂ ନୀୟନ ଉଲଂଘନ କରିଥିବା ଜଣାପଡିଥିଲା ।
କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ କେଉଁ କ୍ରୀଡାବିତ ପୁରସ୍କାର ପାଇଁ ଯୋଗ୍ୟ, କ୍ରୀଡା ମନ୍ତ୍ରଣାଳୟ ଓ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଅବଗତ ଅଛନ୍ତି ବୋଲି ଅମିତ କହିଛନ୍ତି । ଖେଳାଳିଙ୍କୁ ନିଜ ତରଫରୁ ପୁରସ୍କାର ପାଇଁ ମନୋନୟନ ପ୍ରକ୍ରିୟାରେ ଭାଗ ନେବାକୁ ସେ ନାପସନ୍ଦ କରିଛନ୍ତି । ବ୍ରିଟିସ ଶାସନରେ ପୁରସ୍କାର ପାଇଁ ନିଜ ତରଫରୁ ଆବେଦନ କରାଯାଉଥିଲା । ସେଥିପାଇଁ କ୍ରୀଡାମନ୍ତ୍ରୀ କିରେନ ରିଜିଜୁଙ୍କୁ ଚିଠି ଲେଖି ବର୍ତ୍ତମାନର ଚୟନ ପ୍ରକ୍ରିୟାରେ ସୁଧାର ଆଣିବାକୁ ବକ୍ସର ଅମିତ ପଙ୍ଘଲ ଅନୁରୋଧ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ