ଓଡିଶା

odisha

ETV Bharat / sports

Olympic; ନିରାଶ କଲେ ମହିଳା କୁସ୍ତି ଯୋଦ୍ଧା, ମାତ୍ର ଗୋଟଏ ମ୍ୟାଚ ଜିତିଲେ - ମହିଳା କୁସ୍ତି ଯୋଦ୍ଧା

ଟୋକିଓ ଅଲମ୍ପିକରେ ନିରାଶ କଲେ ମହିଳା କୁସ୍ତି ଯୋଦ୍ଧା । ୪ ଜଣଙ୍କ ମଧ୍ୟରୁ କେହି ମଧ୍ୟ ଗଲେ ନାହିଁ ପଦକ ରାଉଣ୍ଡକୁ । ଅଧିକ ପଢନ୍ତୁ...

Disappointed Women Wrestler in Tokyo Olympic
Tokyo Olympic; ନିରାଶ କଲେ ମହିଳା କୁସ୍ତି ଯୋଦ୍ଧା

By

Published : Aug 6, 2021, 10:33 PM IST

ନୂଆଦିଲ୍ଲୀ:ଟୋକିଓ ଅଲମ୍ପିକରେ ନିରାଶ କରିଛନ୍ତ ଭାରତୀୟ ମହିଳା କୁସ୍ତି ଯୋଦ୍ଧା । ଭାରତ ଅନ୍ୟ କେଉଁଥିରେ ପଦକ ହାସଲ କରୁ ବା ନ କରୁ କିନ୍ତୁ କୁସ୍ତିରେ ପଦକ ଆଶା ରଖିଥିଲା । ଚଳିତ ଟୋକିଓ ଅଲମ୍ପିକରେ କୌଣସି ଭାରତୀୟ ମହିଳା କୁସ୍ତି ଯୋଦ୍ଧା ପୋଡିୟମ ଫିନିସ କରିପାରିନାହାଁନ୍ତି ।

Tokyo Olympic; ନିରାଶ କଲେ ମହିଳା କୁସ୍ତି ଯୋଦ୍ଧା

ଟୋକିଓ ଅଲମ୍ପିକ ୨୦୨୧ରେ ୪ ଜଣ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ସାମିଲ ହୋଇଥିଲେ । ଭାରତରେ ଷ୍ଟାର ମହିଳା ରେସଲର ଭିନେଶ ଫୋଗାଟ ସହ ଅନ୍ୟ ତିନି ମହିଳା ରେସଲର ସାମିଲ ହୋଇଥିଲେ । ରେସଲର ଅଂଶୁ ମଲ୍ଲିକ, ସୋନମ ମଲ୍ଲିକ, ସୀମା ବିସ୍ଲା ସାମିଲ ହୋଇଥିଲେ । ଏମାନେ ବିଭିନ୍ନ ବର୍ଗରେ ଅଲମ୍ପିକରେ ଭାଗ ନେଇଥିଲେ। ମହିଳା ରେସଲର ଭିନେଶ ଫୋଗାଟ ମହିଳା ଫ୍ରିଷ୍ଟାଇଲ ୫୩ କେଜି ବର୍ଗରେ ସାମିଲ ହୋଇଥିବାବେଳେ ଅଂଶୁ ମଲ୍ଲିକ ୬୦ କେଜି ବର୍ଗରେ ସାମିଲ ହୋଇଥିଲେ । ସେହିପରି ମହିଳା ରେସଲର ସୋନମ ମଲ୍ଲିକ 62 କେଜି ବର୍ଗରେ ଭାଗ ନେଇଥିବାବେଳେ ସୀମା ବିସ୍ଲା ୫୦ କେଜି ବର୍ଗରେ ସାମିଲ ହୋଇଥିଲେ ।

Tokyo Olympic; ନିରାଶ କଲେ ମହିଳା କୁସ୍ତି ଯୋଦ୍ଧା

ଚଳିତ ଅଲମ୍ପିକରେ ଭିନେଶ ଫୋଗାଟ ଉପରେ ଆଶା ରଖିଥିଲେ କିନ୍ତୁ ସେ ମଧ୍ୟ ପଦକ ପ୍ରଦର୍ଶନ କରିପାରିନାହିଁନ୍ତି । ସେ କ୍ବାଟର ଫାଇନାଲରେ ପରାସ୍ତ ହୋଇଥିଲେ । ସେହିପରି ଅନ୍ୟ ମହିଳା ରେସଲର ମାନେ ରିପଚେଜ ରାଉଣ୍ଡରୁ ହିଁ ବିଦାୟ ନେଇଥିଲେ । ସେପଟେ ପୁରୁଷ ବର୍ଗରେ ବିଜୟ ଦାହିୟା ରୌପ୍ୟ ପଦକ ବିଜୟ ହୋଇଛନ୍ତି ଏବଂ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଲଢେଇରେ ରହିଛନ୍ତି ।

ଟୋକିଓ ଅଲମ୍ପିକରେ ଭାରତ ସେ ଭଳି ଆଶାଜନକ ପ୍ରଦର୍ଶନ କରିପାରିନଥିଲେ ମଧ୍ୟ ଦେଶର ହକି ନିଜର ପୂର୍ବ ପ୍ରଦର୍ଶନରୁ ଅଧିକ କିଛି ହାସଲ କରିପାରିଛି । ସେହିଭଳି ଭାରତ୍ତୋଳନ, ବକ୍ସିଂ, ବ୍ୟାଡମିଣ୍ଟନ,ପୁରୁଷ ହକି,ରେସଲିଂ ରୁ ପଦକ ଆସିଛି ।

ABOUT THE AUTHOR

...view details