ଓଡିଶା

odisha

ETV Bharat / sports

ଅଜାଣତରେ ମୁଁ ନିଷିଦ୍ଧ ନିଶା ପଦାର୍ଥ ସେବନ କରିଥିଲି:ଦୀପା କର୍ମାକର - ଜିମନାଷ୍ଟ ଦୀପା କର୍ମାକରଙ୍କୁ ଅଯୋଗ୍ୟ ଘୋଷଣା କରିଛି ଆଇଟିଏ

ଡୋପ ଟେଷ୍ଟରେ ବିଫଳ ହେବା ପରେ ଜିମନାଷ୍ଟ ଦୀପା କର୍ମାକରଙ୍କୁ ଅଯୋଗ୍ୟ ଘୋଷଣା କରିଛି ଆଇଟିଏ । ଅଜାଣତରେ ନିଷିଦ୍ଧ ନିଶା ପଦାର୍ଥ ସେବନ କରିଥିବା କହିଲେ ଦୀପା। ଅଧିକ ପଢନ୍ତୁ

Dipa Karmakar Accepts Temporary Suspension
Dipa Karmakar Accepts Temporary Suspension

By

Published : Feb 5, 2023, 6:45 PM IST

ନୂଆଦିଲ୍ଲୀ: ଡୋପ ଟେଷ୍ଟରେ ଧରାପଡିବା ପରେ 21 ମାସ ପାଇଁ ଜିମନାଷ୍ଟ ଦୀପା କର୍ମାକରଙ୍କୁ ଅଯୋଗ୍ୟ ଘୋଷଣା କରିଥିଲା ଇଣ୍ଟରନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । ନିଷିଦ୍ଧ ନିଶା ସେବନ ପ୍ରମାଣିତ ହେବା ପରେ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଆଇଟିଏ । ଯାହା ଆସନ୍ତା ଜୁଲାଇ 10, 2023 ପର୍ଯ୍ୟନ୍ତ ବଳବତ୍ତର ରହିବାର ଥିଲା । ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ଏହି ତାରିଖକୁ ପରିବର୍ତ୍ତନ କରିଦିଆଯାଇଛି । ତାଙ୍କର ନିଲମ୍ବିତ ସମୟକୁ ଅଢ଼େଇ ମାସ କମ୍‌ କରି ଦିଆଯାଇଛି । ସେ ୨.୫ ମାସ ପୂର୍ବରୁ ସେ ମ୍ୟାଟ୍‌କୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଅନୁମତି ଦିଆଯାଇଛି । ପୂର୍ବରୁ ଜୁଲାଇ ୧୦, ୨୦୨୩ ପର୍ଯ୍ୟନ୍ତ ତାଙ୍କର ନିଲମ୍ବିତ ତାରିଖକୁ ବଳବତ୍ତର ରଖାଯାଇଥିଲା । ତେବେ ନିଲମ୍ବିତ ସମୟକୁ କମ୍‌ କରିିଦିଆଯିବା ପରେ ସେ ଜୁଲାଇ ୨୦୨୩ରେ ଖେଳରେ ଯୋଗ ଦେଇପାରିବେ ।

ନିଶା ସେବନ ବାବଦରେ ସେ କହିଛନ୍ତି ଯେ, "ମୁଁ ଅଜାଣତରେ ନିଷିଦ୍ଧ ନିଶା ପଦାର୍ଥ ସେବନ କରିଥିଲି । ଯଦି ମୋତେ ଏହା ଜଣାଥାନ୍ତା ତେବେ କେବେବି ମୁଁ ଏପରି ଭୁଲ କରିନଥାନ୍ତି । ଅଜାଣତରେ ହାଇଜେନାମାଇନ ଏସ 3 ବେଟା 2 ଡ୍ରଗ୍ସ ସେବନ କରିଥିଲି । ଯାହା ବିଶ୍ବ ଡୋପିଂ ନିରୋଧ ଏଜେନ୍ସିର ପ୍ରତିବନ୍ଧକ ସୂଚୀରେ ରହିଛି ।"

ଗତ 2021 ଅକ୍ଟୋବର 11 ତାରିଖରେ ଆଉଟଅଫ କମ୍ପିଟିସନ କଣ୍ଟ୍ରୋଲ ଜରିଆରେ ଫେଡେରେସନ ଇଣ୍ଟରନ୍ୟାସନାଲ ଡେ ଜିମନାଷ୍ଟିୟୁକ ତରଫରୁ ଦୀପା କର୍ମାକରଙ୍କ ନମୁନା ସଂଗ୍ରହ କରାଯାଇଥିଲା । ଏଫଆଇଜି ଆଣ୍ଟି-ଡୋପିଂ ନିୟମ ଅନୁଯାୟୀ ଧାରା 10.8.2 ଅନୁଯାୟୀ କେସ୍ ରିଜୋଲ୍ୟୁସନ୍ ଚୁକ୍ତିନାମା ମାଧ୍ୟମରେ ଏହି ମାମଲାର ସମାଧାନ କରାଯାଇଥିଲା । ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ 11 ଅକ୍ଟୋବର 2021 ପରଠାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ତେଣୁ 2023 ଜୁଲାଇ 10 ତାରିଖ ପର୍ଯ୍ୟନ୍ତ ସେ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ ବୋଲି ଆଇଟିଏ ସ୍ପଷ୍ଟ କରିଥିଲା । ଏକ ବିବୃତ୍ତି ଜାରି କରି ଏହାକୁ ନେଇ ସୂଚନା ଦେଇଥିଲା ଆଣ୍ଟି ଡୋପିଂ ବଡି । ଏହି ଦଣ୍ଡକୁ ଅଢ଼େଇ ମାସ କମାଇ ଦିଆଯାଇଛି । ସେ ଜୁଲାଇରେ ଦୁନିଆକୁ କମବ୍ୟାକ କରିପାରିବେ ।

ଏହା ମଧ୍ୟ ପଢନ୍ତୁ-ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ବିରୋଧରେ ପତ୍ନୀ ଆଣିଲେ ମାରପିଟ୍‌ ଅଭିଯୋଗ

ଗତ 2016ରେ ଜିମନାଷ୍ଟ ଦୀପା କର୍ମାକର ରିଓ ଅଲମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହି ପଦକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ଦୀପା ରିଓ ଅଲମ୍ପିକରେ ପ୍ରଥମ ଥର ପାଇଁ ଅତ୍ୟନ୍ତ କଠିନ ହ୍ୟାଣ୍ଡଫ୍ରଣ୍ଟ 540 ଭଲ୍ଟରେ ଭାଗ ନେଇ ଦମଦାର ପ୍ରଦର୍ଶନ କରିଥିଲେ । 2019ରେ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ବିଶ୍ୱକପ୍‌ ଭଲ୍ଟ ଫାଇନାଲରେ ପ୍ରବେଶ କରିକ୍ୱାଲିଫାଇଂ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ ସହିତ ତୃତୀୟ ସ୍ଥାନ ଅଧିକାର କରି ଦୀପା ଫାଇନାଲରେ ସ୍ଥାନ ପକ୍କା କରିଥିଲେ ।

ABOUT THE AUTHOR

...view details