ଓଡିଶା

odisha

ETV Bharat / sports

ଜାତୀୟ କ୍ୟାମ୍ପ୍‌ରେ ମନିକା, ଟେବୁଲ ଟେନିସ ଅଲମ୍ପିକ ପ୍ରସ୍ତୁତି ଜୋରଦାର - ସୋନିପତ ଜାତୀୟ କ୍ୟାମ୍ପରେ

ଭାରତୀୟ ଟେବୁଲ ଟେନିସ ସ୍କ୍ବାଡର ଅଲମ୍ପିକ ପ୍ରସ୍ତୁତି ଜୋରଦାର୍‌ ହୋଇଛି । ଅଧିକ ପଢନ୍ତୁ...

Derailed Olympic preparation back on track after Manika agrees to attend national camp
ଜାତୀୟ କ୍ୟାମ୍ପ୍‌ରେ ମନିକା, ଟେବୁଲ ଟେନିସ ଅଲମ୍ପିକ ପ୍ରସ୍ତୁତି ଜୋରଦାର

By

Published : Jun 11, 2021, 10:25 PM IST

ନୂଆଦିଲ୍ଲୀ:ଭାରତୀୟ ଟେବୁଲ ଟେନିସ ସ୍କ୍ବାଡର ଅଲମ୍ପିକ ପ୍ରସ୍ତୁତି ଜୋରଦାର୍‌ ହୋଇଛି । ଶୁକ୍ରବାର ଷ୍ଟାର ପାଡଲର ମନିକା ବାତ୍ରା ସୋନିପତ ଜାତୀୟ କ୍ୟାମ୍ପରେ ସାମିଲ ହେବାକୁ ରାଜି ହେବାପରେ ଅଲମ୍ପିକ ପ୍ରସ୍ତୁତି ନେଇ ସମସ୍ୟା ଦୂର ହୋଇଛି । ମିକ୍‌ସଡ ଡବଲ୍ସ ପାର୍ଟନର ଓ ଭେଟେରାନ ସରତ କମଲଙ୍କ ସହ ଅଭ୍ୟାସ କରିବେ ମନିକା ।

ପୂର୍ବରୁ ମନିକା ଓ ଜି ସାଥୀୟାନ ଜାତୀୟ କ୍ୟାମ୍ପରେ ଯୋଗ ଦେଇପାରିବେ ନାହିଁ ବୋଲି ଦର୍ଶାଇଥିଲେ । ନିଜର ବ୍ୟକ୍ତିଗତ କୋଚ୍‌ଙ୍କ ସହ ପୁନେ ଓ ଚେନ୍ନାଇରେ ଅଭ୍ୟାସ ଜାରି ରଖିବେ ବୋଲି ଜଣାଇଥିଲେ । ଦୁଇ ଷ୍ଟାର ଖେଳାଳିଙ୍କ ଏହି ନିଷ୍ପତ୍ତି ଜାତୀୟ କ୍ୟାମ୍ପରେ ପ୍ରସ୍ତୁତି ଉପରେ ପ୍ରଭାବ ପକାଇଥିଲା ।

ମନୀକାଙ୍କ ବ୍ୟତୀତ ସରତ ଓ ସାଥିୟାନ, ସୁତୀର୍ଥ ମୁଖାର୍ଜୀ ମଧ୍ୟ ଅଲମ୍ପିକ ଯୋଗ୍ୟତା ଅର୍ଜନ କରିଛନ୍ତି । ଜୁନ 20ରୁ ଆରମ୍ଭ ହେବାକୁ ଥିବା କ୍ୟାମ୍ପ୍‌ରେ 12 ଖେଳାଳିଙ୍କ ସମେତ ଓ 4ଜଣ ସପୋର୍ଟ ଷ୍ଟାଫ୍‌ଙ୍କୁ ମିଶାଇ ମୋଟ୍‌ 16ଜଣ ଭାଗନେବେ । ଜୁନ 17ରେ ପହଞ୍ଚିବାପରେ ସମସ୍ତ ସଦସ୍ୟଙ୍କ RT-PCR ଟେଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details