ଓଡିଶା

odisha

Denmark Open: ଇଣ୍ଡୋନେସିଆନ୍‌ ସଟ୍‌ଲର୍‌ ଚିତପଟାଙ୍ଗ, କ୍ବାର୍ଟରରେ ପିଭି ସିନ୍ଧୁ

By ETV Bharat Odisha Team

Published : Oct 20, 2023, 9:22 AM IST

Updated : Oct 22, 2023, 8:23 AM IST

ଆର୍କଟିକ ଓପନ 2023ରେ ସେମି ଫାଇନାଲରେ ବିଫଳ ହେବା ପରେ ଡେନମାର୍କ ଓପନ ବ୍ୟାଡମିଣ୍ଟନରେ ଜବରଦସ୍ତ ଆରମ୍ଭ କରିଛନ୍ତି ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ । ଅଧିକ ପଢନ୍ତୁ

Denmark Open
pv sindhu enters into Denmark Open quarterfinal

ନୂଆଦିଲ୍ଲୀ: ଚଳିତ ଡେନମାର୍କ ଓପନ ସୁପର 750 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଷ୍ଟାର ସଟଲର ପିଭି ସିନ୍ଧୁଙ୍କ ବିଜୟଧାରା ଜାରି ରହିଛି । ଆର୍କଟିକ ଓପନ 2023 ସେମିରେ ବିଫଳ ହେବା ପରେ ଡେନମାର୍କ ଓପନ ବ୍ୟାଡମିଣ୍ଟନରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଅନ୍ୟ ଖେଳାଳି ଆକର୍ଷୀ କଶ୍ଯପ ପ୍ରି-କ୍ବାର୍ଟର ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି ।

ମହିଳା ବର୍ଗ ପ୍ରି କ୍ବାର୍ଟରରେ ସିନ୍ଧୁ 18-21, 21-15, 21-13 ଗେମରେ ବିଡବ୍ଲ୍ୟୁଏଫ ମାନ୍ୟତା ତାଲିକାରେ ସପ୍ତମ ସ୍ଥାନରେ ଥିବା ଇଣ୍ଡୋନେସିଆର ଗ୍ରେଗେରିଆ ମାରିସ୍କା ତୁନଜୁଙ୍କଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ ଜିତିବା ପାଇଁ ସିନ୍ଧୁଙ୍କୁ 71 ମିନିଟ ଲାଗିଥିଲା । ଗତ ସପ୍ତାହରେ ଅନୁଷ୍ଠିତ ଆର୍କଟିକ ଓପନ ସେମି ଫାଇନାଲରେ ପ୍ରବେଶ କରିଥିଲେ ସିନ୍ଧୁ । ଅନ୍ୟ ମ୍ୟାଚରେ ଆକର୍ଷୀ 18-21, 821ରେ ଥାଇଲାଣ୍ଡର ସୁପନିଦା କାଟିଥୋଙ୍ଗଙ୍କ ନିକଟରୁ ହାରି ତାଙ୍କ ଅଭିଯାନ ଶେଷ କରିଛନ୍ତି ।

ଗତ 17 ତାରିଖରୁ ଓଡେନସେରେ ଡେନମାର୍କ ଓପନ ଆରମ୍ଭ ହୋଇଛି । ଏଥିରେ ବଜିୟରୁ ଅଭିଯାନ ଆରମ୍ଭ କରିଥିଲେ ଦୁଇଥରର ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ । ମହିଳା ଏକକ ରାଉଣ୍ଡ-32ରେ ଏକ ମୁକାବିଲାରେ ସିନ୍ଧୁ 21-14,18-21,21-10 ଗେମରେ ବିଶ୍ବ ମାନ୍ୟତାର 28ତମ ସ୍ଥାନରେ ଥିବା ସ୍କଟଲାଣ୍ଡର କିର୍ଷ୍ଟି ଗିଲମୋରଙ୍କୁ ପାରାସ୍ତ କରି ପ୍ରି-କ୍ବାର୍ଟରରେ ପ୍ରବେଶ କରିଥିଲେ । ପ୍ରି- କ୍ବାର୍ଟରରେ ଜର୍ଜିଆର ମାରିସ୍କୋ ତଜଙ୍ଗଙ୍କୁ ପରାସ୍ତ କରିଥିଲେ । ପୁରୁଷ ବର୍ଗରେ ଭାରତୀୟ ଅନ୍ୟତମ ଖେଳାଳି କିଦାମ୍ବୀ ଶ୍ରୀକାନ୍ତ ପ୍ରଥମ ରାଉଣ୍ଡରୁ ହାରି ଅଭିଯାନ ଶେଷ କରିଥିଲେ ।

ଏହା ବି ପଢନ୍ତୁ...Arctic Open 2023: ପିଭି ସିନ୍ଧୁଙ୍କ ଅଭିଯାନ ଶେଷ, ସେମିରେ ହାରିଲେ

ଏହା ବି ପଢନ୍ତୁ...Spain Masters 2023: ପିଭି ସିନ୍ଧୁ ରନର୍ସଅପ

ପ୍ରକାଶ ଥାଉ କି, ଫିନଲାଣ୍ଡରେ ଚାଲିଥିବା ଆର୍କଟିକ ଓପନ 2023ରେ ଦୁଇ ଥର ଅଲମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ ସେମି ଫାଇନାଲରେ ପରାସ୍ତ ହୋଇଥିଲେ । ଚୀନ ପ୍ରତିପକ୍ଷ ୱାଙ୍ଗ ଝି ୟିଙ୍କଠୁ 12-12, 21-11, 7-21 ସେଟରେ ପରାସ୍ତ ଆର୍କଟିକ ଓପନରେ ତାଙ୍କ ଅଭିଯାନ ଶେଷ କରିଥିଲେ । ଚଳିତ ସିଜନରେ ଏହା ସିନ୍ଧୁଙ୍କର ଏହା ଚତୁର୍ଥ ସେମି ଫାଇନାଲ ଥିଲା । ଏହା ପୂର୍ବରୁ ସ୍ପେନ ମାଷ୍ଟର୍ସ 2023ରେ ପିଭି ସିନ୍ଧୁ ଉପବିଜେତା ହୋଇଥିଲେ । ମହିଳା ଏକକ ଫାଇନାଲରେ ଜର୍ଜିଆର ମାରିସ୍କା ତୁନଜୁଙ୍କଠୁ 21-8, 21-8 ସିଧାସଳଖ ସେଟରେ ପରାସ୍ତ ହୋଇ ରନର୍ସଅପ ହୋଇଥିଲେ ।

Last Updated : Oct 22, 2023, 8:23 AM IST

ABOUT THE AUTHOR

...view details