ଓଡିଶା

odisha

ETV Bharat / sports

Denmark Open: ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ - ଡେନନାର୍କ ଓପନ

ଡେନନାର୍କ ଓପନର ସୁପର 750 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତ କିଦାମ୍ବ ଶ୍ରୀକାନ୍ତ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ
Denmark Open

By

Published : Oct 19, 2022, 10:25 AM IST

ଓଡେନ୍ସ: ଡେନମାର୍କ ଓପନରେ ଭାରତର ବିଜୟ ଅଭିଯାନ ଆରମ୍ଭ ହୋଇଛି । ଚଳିତ ଡେନନାର୍କ ଓପନର ସୁପର 750 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତ କିଦାମ୍ବ ଶ୍ରୀକାନ୍ତ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି । ପୁରୁଷ ବର୍ଗ ପ୍ରଥମ ରାଉଣ୍ଡରେ 17-21,21-14,21-12ରେ ହଂକଂର ଏନଜି କା ଲୁଙ୍ଗଙ୍କୁ ପରାସ୍ତ କରିଛନ୍ତି । ଏହା ସହ ପରବର୍ତ୍ତୀ ତଥା ଦ୍ବିତୀୟ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ପ୍ରଥମରୁ ଭାରତୀୟ ସଟଲର ଶ୍ରୀକାନ୍ତଙ୍କ ଉପରେ ପ୍ରଭାବୀ ହୋଇଥିଲେ ବିଡବ୍ୟୁଏଫ ମାନ୍ୟତା ତାଲିକାର 14ତମ ସ୍ଥାନରେ ଥିବା ହଂକଂର ଏନଜି କା ଲଙ୍ଗ । ମାତ୍ର ପରେ ପରେ ଲୟ ହରାଇଥିଲେ । ଦ୍ବିତୀୟ ଗେମରେ କମବ୍ୟାକ କରିଥିଲେ ଶ୍ରୀକାନ୍ତ । ଏହି ମ୍ୟାଚ ଜିତିବାକୁ ଶ୍ରୀକାନ୍ତଙ୍କୁ 56 ମିନିଟ ଲାଗିଥିଲା । 17-21,21-14,21-12 ସେଟରେ ପରାସ୍ତ କରି ଗେମକୁ କବଜାକୁ କରି ନେଇଥିଲେ । 2021ରେ ଶ୍ରୀକାନ୍ତ ଏହି ଭେନ୍ୟୁରେ ବିଶ୍ବ ଚାମ୍ପିଅନସିପ ଫାଇନାଲ ଖେଳି ରନର୍ସ ଅପ ହୋଇଥିଲେ । ସେ ଦ୍ବିତୀୟ ରାଉଣ୍ଡରେ ପୂର୍ବତନ ବିଶ୍ବ ଚମ୍ପିଅନ୍ ସିଙ୍ଗାପୁରର ଲୋହ କିନ ୟେଓଙ୍କୁ ଭେଟିବେ । ନିକଟରେ ଶେଷ ହୋଇଥିବା କୋରିଆ ଓପନରେ ଶ୍ରୀକାନ୍ତ ସେମିଫାଇନଲରେ ପ୍ରବେଶ କରିଥିଲେ । ଜର୍ମାନ ଓପନ ବ୍ୟାଡମିଣ୍ଟନରେ ଷ୍ଟାର ଭାରତୀୟ ସର୍ଟଲର କିଦାମ୍ବୀ ଶ୍ରୀକାନ୍ତ ଚାଇନାର ଲୁ ଗୁଆଙ୍ଗ ଜୁଙ୍କୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପରାସ୍ତ କରି କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଥିଲେ ।

ଏହା ବି ପଢନ୍ତୁ...ଏଣିକି ଭାରତରେ ମହିଳା IPL: ବିସିସିଆଇର ଗ୍ରୀନ ସିଗନାଲ, ଖୁବଶୀଘ୍ର ନିଲାମୀ

ସେହିପରି ମହିଳା ଡବଲ୍ସରେ ଭାରତର ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ଯୋଡି ପ୍ରଥମ ରାଉଣ୍ଡରେ 21-15,21-15ରେ ଆଲୋଜାଣ୍ଡ୍ରା ଦୋଜ ଓ ଆମେଲିଆ ଯୋଡିଙ୍କୁ ହରାଇ ପ୍ରି-କ୍ବାର୍ଟରରେ ପ୍ରବେଶ କରିଛନ୍ତି । ଲକ୍ଷ୍ୟ ସେନ, ଏସଏସ ପ୍ରନ୍ନଓ ଏବଂ ସାଇନା ନେହୱାଲ ସିଙ୍ଗଲ୍ସ ବର୍ଗରେ ଖେଳିବେ । 2022 କମନୱେଥ ଗେନ୍ସ ଚମ୍ପିଆନ ପିଭି ସିନ୍ଧୁ ଆହତ ସମସ୍ୟା ପାଇଁ ଡେନନାର୍କ ଓପନରୁ ବାଦ ପଡିଛନ୍ତି ।

ABOUT THE AUTHOR

...view details