ଓଡିଶା

odisha

ETV Bharat / sports

Denmark Open: ଆର୍କଟିକ୍‌ ପରେ ଡେନମାର୍କରେ ନିରାଶ ପିଭି ସିନ୍ଧୁ, ସେମିରେ ହାରିଲେ

ଆର୍କଟିକ ଓପନ ପରେ ଡ଼େନମାର୍କ ଓପନରେ ମଧ୍ୟ ଭାରତୀୟ ସଟଲକ ପିଭି ସିନ୍ଧୁଙ୍କୁ ନିରାଶ ହେବାକୁ ପଡିଛି । ସେମି ଫାଇନାଲ ରାଉଣ୍ଡରେ ପରାସ୍ତ ହୋଇଛନ୍ତି ସିନ୍ଧୁ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Oct 22, 2023, 8:49 AM IST

ଡେନମାର୍କରେ ନିଶାର ପିଭି ସିନ୍ଧୁ
Denmark Open

ନୂଆଦିଲ୍ଲୀ: ଡେନମାର୍କ୍‌ ଓପନ ସୁପର 750 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପିଭି ସିନ୍ଧୁଙ୍କୁ ନିରାଶ ହେବାକୁ ପଡ଼ିଛି । ଆର୍କଟିକ୍‌ ଓପନ୍‌ ପରେ ଡ଼େନମାର୍କ ଓପନ୍‌ ସେମିରେ ପରାସ୍ତ ହୋଇଛନ୍ତି ଦୁଇ ଥର ଅଲମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ । ଫଳରେ ଫାଇନାଲ ଖେଳିବା ସ୍ବପ୍ନ ଅଧାରେ ରହିଛି । ସେମିଫାଇନାଲରେ ସ୍ପେନ୍‌ର କାରୋଲିନାଙ୍କଠୁ ପରାସ୍ତ ହୋଇ ଅଭିଯାନ ଶେଷ କରିଛନ୍ତି ପିଭି ସନ୍ଧୁ ।

ମହିଳା ଏକକ ସେମିଫାଇନାଲରେ ସିନ୍ଧୁ ସ୍ପେନର କାରୋଲିନା ମାରିନଙ୍କଠୁ 18-21, 21-19, 7-21 ସେଟରେ ପରାସ୍ତ ହୋଇଥିଲେ । ଏହି ମ୍ୟାଚ 1 ଘଣ୍ଟା 13 ମିନିଟ ଧରି ଚାଲିଥିଲା । ପ୍ରଥମ ଗେମରେ ପରାସ୍ତ ହୋଇଥିଲେ ବି ଦ୍ବିତୀୟ ଗେମ୍‌ ଜିତିଥିଲେ ପିଭି ସିନ୍ଧୁ । ତୃତୀୟ ଗେମରେ ପରାସ୍ତ ହୋଇଥିଲେ । ଦୁଇଥର ଅଲମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁଙ୍କୁ ପୁଣି ଥରେ ସେମିଫାଇନାଲରୁ ଅଭିଯାନ ଶେଷ କରିବାକୁ ପଡିଛି । ଏହି ଦୁଇ ଖେଳାଳି ପରସ୍ପରକୁ 16 ଥର ଭେଟିଛନ୍ତି । ସିନ୍ଧୁ 5-11 ପଛୁଆ ରହିଛନ୍ତି ।

ଗତ 17 ତାରିଖରୁ ଓଡେନସେରେ ଡେନମାର୍କ ଓପନ ଆରମ୍ଭ ହୋଇଥିଲା । ଏଥିରେ ବଜିୟରୁ ଅଭିଯାନ ଆରମ୍ଭ କରିଥିଲେ ଦୁଇଥରର ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ । ମହିଳା ଏକକ ରାଉଣ୍ଡ-32ରେ ଏକ ମୁକାବିଲାରେ ସିନ୍ଧୁ 21-14,18-21,21-10 ଗେମରେ ବିଶ୍ବ ମାନ୍ୟତାର 28ତମ ସ୍ଥାନରେ ଥିବା ସ୍କଟଲାଣ୍ଡର କିର୍ଷ୍ଟି ଗିଲମୋରଙ୍କୁ ପରାସ୍ତ କରି ପ୍ରି-କ୍ବାର୍ଟରରେ ପ୍ରବେଶ କରିଥିଲେ । ପ୍ରି-କ୍ବାର୍ଟରରେ ଜର୍ଜିଆର ମାରିସ୍କୋ ତଜଙ୍ଗଙ୍କୁ ପରାସ୍ତ କରିଥିଲେ । ଏହା ପରେ ମହିଳା ବର୍ଗ ପ୍ରି କ୍ବାର୍ଟରରେ ସିନ୍ଧୁ 18-21, 21-15, 21-13 ଗେମରେ ବିଡବ୍ଲ୍ୟୁଏଫ ମାନ୍ୟତା ତାଲିକାରେ ସପ୍ତମ ସ୍ଥାନରେ ଥିବା ଇଣ୍ଡୋନେସିଆର ଗ୍ରେଗେରିଆ ମାରିସ୍କା ତୁନଜୁଙ୍କଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାରେ ପ୍ରବେଶ କରିଥିଲେ । କ୍ବାର୍ଟର ରାଉଣ୍ଡରେ ଥାଇଲାଣ୍ଡର ସୁପନିଦା କାଟେଥୋଙ୍ଗଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ । ମାତ୍ର ଆର୍କଟିକ ଓପନ ପରି ଡ଼େନମାର୍କ ଓପନରେ ମଧ୍ୟ ନିରାଶ ହୋଇଛନ୍ତି ସିନ୍ଧୁ । ସେମିରୁ ସିନ୍ଧୁଙ୍କ ଅଭିଯାନ ଶେଷ ହୋଇଛି ।

ଏହା ବି ପଢନ୍ତୁ...Denmark Open: ସେମିଫାଇଲାରେ ସ୍ପେନ୍‌ର କାରୋଲିନାଙ୍କୁ ଭେଟିବେ ପିଭି ସିନ୍ଧୁ

ଏହା ବି ପଢନ୍ତୁ...Denmark Open: ଇଣ୍ଡୋନେସିଆନ୍‌ ସଟ୍‌ଲର୍‌ ଚିତପଟାଙ୍ଗ, କ୍ବାର୍ଟରରେ ପିଭି ସିନ୍ଧୁ

ପ୍ରକାଶ ଥାଉ କି, ଫିନ୍‌ଲାଣ୍ଡରେ ଚାଲିଥିବା ଆର୍କଟିକ ଓପନ୍‌ 2023ରେ ଦୁଇ ଥର ଅଲମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ଷ୍ଟାର୍‌ ସଟଲର ପିଭି ସିନ୍ଧୁ ସେମି ଫାଇନାଲରେ ପରାସ୍ତ ହୋଇଥିଲେ । ଚୀନ ପ୍ରତିପକ୍ଷ ୱାଙ୍ଗ୍‌ ଝି ୟିଙ୍କଠୁ 12-12, 21-11, 7-21 ସେଟ୍‌ରେ ପରାସ୍ତ ଆର୍କଟିକ ଓପନରେ ତାଙ୍କ ଅଭିଯାନ ଶେଷ କରିଥିଲେ । ଏହା ପୂର୍ବରୁ ସ୍ପେନ୍‌ ମାଷ୍ଟର୍ସ 2023ରେ ପିଭି ସିନ୍ଧୁ ଉପବିଜେତା ହୋଇଥିଲେ । ମହିଳା ଏକକ ଫାଇନାଲରେ ଜର୍ଜିଆର ମାରିସ୍କା ତୁନଜୁଙ୍କଠୁ 21-8, 21-8 ସିଧାସଳଖ ସେଟରେ ପରାସ୍ତ ହୋଇ ରନର୍ସଅପ ହୋଇଥିଲେ ।

ABOUT THE AUTHOR

...view details