ନୂଆଦିଲ୍ଲୀ: ଦିଲ୍ଲୀ ସରକାର 2048 ଅଲମ୍ପିକ ଗେମ୍ସ ଆୟୋଜନ ପାଇଁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ଆନୁସଙ୍ଗୀକ ଭିତ୍ତିଭୁମୀ ନିର୍ମାଣ କରାଯିବ, ଯେଉଁଠାରେ ବିଶ୍ବ କ୍ରୀଡାର ମହାକୁମ୍ଭ ସଫଳତାର ସହ ହୋଇପାରିବ । ଏହା କହିଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ଶିସୋଦିଆ ।
2021-22 ଦିଲ୍ଲୀ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ସମୟରେ ଶିସୋଦିଆ କହିଛନ୍ତି, କ୍ରୀଡାକୁ ନେଇ ଏକ ବଡ ସ୍ବପ୍ନ ରହିଛି । ଦିଲ୍ଲୀରେ ଅଲମ୍ପିକ ଗେମ୍ସର ଆୟୋଜନ ସରକାରଙ୍କ ସ୍ବପ୍ନ ରହିଛି । 1896 ଗ୍ରୀସ୍ର, ଆନ୍ଥେନରୁ ଅଲମ୍ପିକ ଆରମ୍ଭରୁ ଥରେ ମଧ୍ୟ ଅଲମ୍ପିକ ଟର୍ଚ୍ଚ ଦିଲ୍ଲୀରେ ଦେଖାଯାଇନାହିଁ କହିଛନ୍ତି ଶିସୋଦିଆ ।
32ତମ ଅଲମ୍ପିକ ଗେମ୍ସ ଟୋକିଓରେ ଆୟୋଜିତ ହେବ । ପରବର୍ତ୍ତୀ 3ଟି ସଂସ୍କରଣର ଆୟୋଜକ ମଧ୍ୟ ନିଷ୍ପତ୍ତି ହୋଇସାରିଛି । ଆପ୍ ସରକାର ନୂଆ ସ୍ପୋର୍ଟ୍ସ ୟୁନିଭରସିଟି ଦ୍ବାରା କ୍ରୀଡା ପ୍ରତିଯୋଗୀତାର ସ୍ତରକୁ ବୃଦ୍ଧି କରିବା ସହ ସମସ୍ତ ଆନୁସଙ୍ଗୀକ କ୍ରୀଡା ସୁବିଧା