ଓଡିଶା

odisha

ETV Bharat / sports

ହତ୍ୟା ଅଭିଯୁକ୍ତ ସୁଶୀଲ କୁମାରଙ୍କ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ବାତିଲ କଲା ଦିଲ୍ଲୀ ପୋଲିସ - କୁସ୍ତିଯୋଦ୍ଧା ସାଗର ଧନକର

ସାଗର ଧନକର ହତ୍ୟା ମାମଲାରେ ଗିରଫ ଦୁଇଥର ଅଲମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ଅସ୍ତ୍ରଶସ୍ତ୍ର ଲାଇସେନ୍ସ(ଆର୍ମ ଲାଇସେନ୍ସ) ବାତିଲ କଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

Delhi Police suspends arms license of Sushil Kumar
ହତ୍ୟା ଅଭିଯୁକ୍ତ ସୁଶୀଲ କୁମାରଙ୍କ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ବାତିଲ କଲା ଦିଲ୍ଲୀ ପୋଲିସ

By

Published : Jun 1, 2021, 5:06 PM IST

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ବଢୁଛି ଦୁଇଥରର ଅଲମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ଅଡୁଆ । ଗତ 24ରେ ସୁଶୀଲଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଏହାର 9 ଦିନ ପରେ ସୁଶୀଲଙ୍କ ଅସ୍ତ୍ରଶସ୍ତ୍ର ଲାଇସେନ୍ସ(ଆର୍ମ ଲାଇସେନ୍ସ) ବାତିଲ କରିଛି ଦିଲ୍ଲୀ ପୋଲିସ ।

ସୂଚନା ଅନୁଯାୟୀ, 2012ରେ ସୁଶୀଲଙ୍କୁ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମିଳିଥିଲା । ତେବେ ଦିଲ୍ଲୀ ପୋଲିସ ଏହି ଲାଇସେନ୍ସକୁ ବନ୍ଦ କରିବାକୁ ନୋଟିସ ପଠାଇଥିଲା । 10 ଦିନ ମଧ୍ୟରେ ପୋଲିସ ନିକଟରେ ଉତ୍ତର ରଖିବାକୁ ପୋଲିସ ସମୟ ଦେଇଥିଲା । ତେବେ ଲାଇସେନ୍ସ ପ୍ରତ୍ୟାହର ନହୋଇଥିବା ଯୋଗୁଁ ପୋଲିସ ବାତିଲ କରିଛି ।

ମେ 4 ରାତିରେ ଛତ୍ରଶାଲ ଷ୍ଟାଡିୟମରେ ମାରପିଟ ବେଳେ ଯୁବ କୁସ୍ତିଯୋଦ୍ଧା ସାଗରଙ୍କ ମୃତ୍ୟୁ ହୋଇଥିଲା ।

ଏହାପରେ ହତ୍ୟା ଘଟଣା ସଂପୃକ୍ତି ନେଇ ସୁଶୀଲ କୁମାରଙ୍କୁ ଗିରଫ କରିବାକୁ ପୋଲିସ ନୋଟିସ ଜାରି କରିଥିଲା । ମାତ୍ର ସୁଶୀଲ ଫେରାର ହୋଇଯାଇଥିଲେ । ଶେଷରେ 18ଦିନର ଲୁଚକାଳି ପରେ ମେ 24ରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସୁଶୀଲ ଓ ତାଙ୍କ ସହଯୋଗୀ ଅଜୟଙ୍କୁ ଗିରଫ କରିବାକୁ ସଫଳ ହୋଇଥିଲା ।

ରବିବାର କ୍ରାଇମବ୍ରାଞ୍ଚ, ସୁଶୀଲ କୁମାରଙ୍କୁ ଉତ୍ତରାଖଣ୍ଡର ହରିଦ୍ବାର ନେବା ସହ ଆତ୍ମଗୋପନ କରିଥିବା ସ୍ଥାନରେ ଯାଞ୍ଚ କରୁଛି । ସୁଶୀଲ ଘଟଣା ଦିନ ପିନ୍ଧିଥିବା ପୋଷାକ ଓ ହରିଦ୍ବାରରେ ଥିବା ମୋବାଇଲ ଫୋନକୁ ଖୋଜୁଛି ପୋଲିସ ।

ଏହି ମାମଲାରେ ସଂପୃକ୍ତ ଥିବା 9ଜଣଙ୍କୁ ଏଯାବତ ଦିଲ୍ଲୀ ପୋଲିସ ଗିରଫ କରିସାରିଛି ।

ସୁଶୀଲ କୁମାର 2008 ବେଜିଂ ଅଲମ୍ପିକ ଗେମ୍ସରେ ବ୍ରୋଞ୍ଜ ଓ 2012 ଲଣ୍ଡନ ଅଲମ୍ପିକ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details