ହାଇଦ୍ରାବାଦ: ଆହତ କାରଣରୁ ଗୁରୁବାର ପୋଲାଣ୍ଡ ଓପନରୁ ଓହରିଲେ କୁସ୍ତିଯୋଦ୍ଧା ଦୀପକ ପୁନିଆ । ତାଙ୍କ ବାମହାତରେ ଆଘାତ ଲାଗିଥିବା ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଛନ୍ତି ପୁନିଆ । ଟୋକିଓ ଅଲମ୍ପିକ୍ସ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଶେଷ ମାନ୍ୟତା ସିରିଜ ଇଭେଣ୍ଟ ରହିଥିଲା ।
86 କିଲୋଗ୍ରାମ ବର୍ଗରେ ପୁନିଆ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ନେଇ ପ୍ରସ୍ତୁତି ଚଳାଇଥିଲେ । ମାତ୍ର ଦୁଇଦିନ ତଳେ ଅଭ୍ୟାସ ସମୟରେ 2019 ୱାର୍ଲ୍ଡ ଚମ୍ପିଆନସିପ ବ୍ରୋଞ୍ଜ ବିଜେତା ପୁନିଆ ଆହତ ହୋଇଥିବା ଜଣାପଡିଛି । ଏନେଇ ଭାରତୀୟ କୁସ୍ତି ମହାସଂଘ(WFI) ସ୍ପଷ୍ଟ କରିଛି । ଅଲମ୍ପିକ ନିକଟରେ ରହିଛି । ଫଳରେ କୁସ୍ତିଯୋଦ୍ଧାଙ୍କୁ ନେଇ କୌଣସି ପ୍ରକାର ରିସ୍କ ନେବା ଉଚିତ ହେବନାହିଁ ବୋଲି WFI ସହକାରୀ ସମ୍ପାଦକ ବିନୋଦ ତୋମାର କହିଛନ୍ତି ।