ଭୁବନେଶ୍ବର:ଆସନ୍ତା ଜୁଲାଇ 1ରୁ ସ୍ପେନ ଓ ନେଦରଲାଣ୍ଡରେ ଆୟୋଜିତ ହେବ ମହିଳା ହକି ବିଶ୍ବ କପ । ଏନେଇ ଦଳ ଘୋଷଣା ହୋଇଛି । ଗୋଲକିପର ସବିତାଙ୍କୁ ଦଳର ଅଧିନାୟିକା ଏବଂ ଓଡିଶାର ଦୀପଗ୍ରେସଙ୍କୁ ଦଳର ଉପଅଧିନାୟିକା ଭାବେ ନିଯୁକ୍ତ କରାଯାଇଛି । ଓଡିଶାରୁ ଏକମାତ୍ର ଖେଳାଳି ଭାବେ 18 ଜଣିଆ ଦଳରେ ସ୍ଥାନ ପାଇଛନ୍ତି ଦୀପଗ୍ରେସ ।
ମହିଳା ହକି ବିଶ୍ବକପ ଦଳ ଘୋଷଣା, ଦୀପଗ୍ରେସ ଉପଅଧିନାୟିକା - ମହିଳା ହକି ବିଶ୍ବକପ ଦଳ ଘୋଷଣା
ଆସନ୍ତା ଜୁଲାଇ 1ରୁ ସ୍ପେନ ଓ ନେଦରଲାଣ୍ଡରେ ଆୟୋଜିତ ହେବ ମହିଳା ହକି ବିଶ୍ବକପ । ଏନେଇ ଦଳ ଘୋଷଣା ହୋଇଛି । ଅଧିକ ପଢନ୍ତୁ
ବିଶ୍ବକପ ଜୁଲାଇ 1ରୁ ଆରମ୍ଭ ହୋଇ 17 ତାରିଖରେ ଶେଷ ହେବ । ଭାରତ ପୁଲ ବି' ରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଚୀନ ସହ ରହିଛି । ଜୁଲାଇ 3ରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ପ୍ରଥମ ମୁକାବିଲାରେ ଇଂଲଣ୍ଡକୁ ଭେଟିବ ଭାରତ । ଦୀପଗ୍ରେସଙ୍କୁ ବିଶ୍ବକପ ପାଇଁ ଓଡିଶା କ୍ରୀଡା ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି ।
ଭାରତୀୟ ଦଳ: ଗୋଲକିପର ସବିତା ( ଅଧିନାୟିକା), ବିଚୁ ଦେବୀ, ଡିଫେଣ୍ଡସ-ଦୀପଗ୍ରେସ ଏକ୍କା, ଗୁରଜିତ କୌର, ନିକି ପ୍ରଧାନ, ଉଦିତା, ମିଡଫିଲ୍ଡର ନିଶା, ସୁଶୀଳା ଚାନୁ, ମୋନିକା, ନେହା, ଜ୍ୟୋତି, ନଭଜୋତ କୌର, ସୋନିକା, ସଲିମା ଟେଟେ । ଫରୱାର୍ଡ-ବନ୍ଦନା କାଟାରିଆସ, ଲାଲରେମସିଆମି, ନଭନିତ କୌର, ଶର୍ମିଳା ଦେବୀ ।