ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ର ଶେଷ ଦିନରେ ଟେବୁଲ ଟେନିସ ଏକକ ବର୍ଗରେ ଭାରତକୁ ମିଳିଲା କାଂସ୍ୟ ପଦକ । ଭାରତୀୟ ପ୍ୟାଡଲର ସାଥିଆନ ଗଣେଷକରଣ ଏହି କାଂସ୍ୟ ପଦକ ହାସଲ କରିଛନ୍ତି । ଇଂଲଣ୍ଡର ପଲ ଡ୍ରିଙ୍ଖାଲଙ୍କୁ ୪-୩ ରେ ପରାସ୍ତ କରିଛନ୍ତି ସାଥିଆନ । ଏହା ପୂର୍ବରୁ ଏହି ଇଭେଣ୍ଟର ଯୁଗଳ ବର୍ଗରେ ଶରତ କମଲଙ୍କ ସହ ରୌପ୍ୟ ପଦକ ହାସଲ କରିଥିଲେ ସାଥିଆନ ।
CWG 2022: ଟେବୁଲ ଟେନିସରେ ବ୍ରୋଞ୍ଜ ଆଣିଲେ ସାଥିଆନ
ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ର ଟେବୁଲ ଟେନିସ ଇଭେଣ୍ଟ ଏକକ ବର୍ଗରେ ଭାରତକୁ କାଂସ୍ୟ ପଦକ ଭେଟି ଦେଇଛନ୍ତି ସାଥିଆନ ଗଣେଷକରଣ । ଏଥିରେ ସେ ଇଂଲଣ୍ଡର ପଲ ଡ୍ରିଙ୍ଖାଲଙ୍କୁ ୪-୩ ପରାସ୍ତ କରିଛନ୍ତି । ଅଧିକ ପଢ଼ନ୍ତୁ
CWG 2022: ଟେବୁଲ ଟେନିସରେ ବ୍ରୋଞ୍ଜ ଆଣିଲେ ସାଥିଆନ
ଏହାକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୫୮ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ ୨୦ଟି ସ୍ବର୍ଣ୍ଣ ପଦକ, ୧୫ଟି ରୌପ୍ୟ ପଦକ ଓ ୨୩ଟି କାଂସ୍ୟ ପଦକ ହାସଲ କରିଛି ।