CWG 2022: ରେସ୍ ୱାକ୍ ଓ ଜାଭେଲିନ୍ ଥ୍ରୋରେ ଭାରତକୁ ବ୍ରୋଞ୍ଜ୍ - ଜାଭେଲିନ୍ ଥ୍ରୋ ଇଭେଣ୍ଟ୍ରେ ଭାରତକୁ କାଂସ୍ୟ ପଦକ
ରେସ୍ୱାକ୍ ଇଭେଣ୍ଟ୍ରେ କାଂସ୍ୟ ପଦକ ଜିତିଲେ ଭାରତୀୟ ଆଥ୍ଲେଟ୍ ସନ୍ଦୀପ କୁମାର । ସେହିଭଳି ଜାଭେଲିନ୍ ଥ୍ରୋ ଇଭେଣ୍ଟ୍ର ମହିଳା ବିଭାଗରେ କାଂସ୍ୟ ପଦକ ହାସଲ କରିଛନ୍ତି ଭାରତୀୟ ଆଥ୍ଲେଟ୍ ଅନୁ ରାଣୀ । ଅଧିକ ପଢ଼ନ୍ତୁ

CWG 2022: ରେସ୍ ୱାକ୍ ଓ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଭାରତକୁ କାଂସ୍ୟ ପଦକ
ବର୍ମିଂହାମ: ୧୦ ହଜାର ମିଟର ରେସ୍ୱାକ୍ ଇଭେଣ୍ଟ୍ରେ କାଂସ୍ୟ ପଦକ ଜିତିଲେ ଭାରତୀୟ ଆଥ୍ଲେଟ୍ ସନ୍ଦୀପ କୁମାର । ସେ ୩୮.୪୯ ସେକେଣ୍ଡରେ ଫିନିସ୍ ଲାଇନ୍ ପାର୍ କରିଛନ୍ତି । ଏହା ତାଙ୍କ କ୍ୟାରିଅରର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ସେହିଭଳି ଜାଭେଲିନ୍ ଥ୍ରୋ ଇଭେଣ୍ଟ୍ର ମହିଳା ବିଭାଗରେ କାଂସ୍ୟ ପଦକ ହାସଲ କରିଛନ୍ତି ଭାରତୀୟ ଆଥ୍ଲେଟ୍ ଅନୁରାଣୀ । ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏହି ଇଭେଣ୍ଟରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ମହିଳା ଆଥଲେଟ୍ ପଦକ ହାସଲ କରିଛନ୍ତି । ଫାଇନାଲ୍ ରାଉଣ୍ଡ୍ରେ ୬୦ ମିଟର୍ ଜାଭେଲିନ୍ ଥ୍ରୋ' କରିଥିଲେ ।