ଓଡିଶା

odisha

ETV Bharat / sports

CWG 2022: ଟାର୍ଗେଟ କମନୱେଲ୍ଥ ଗୋଲ୍ଡ, 2002 ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ଭାରତ - ଭାରତୀୟ ମହିଳା ହକି ଟିମ

2002 ରାଜ୍ୟଗୋଷ୍ଠୀ କ୍ରୀଡା ଫାଇନାଲରେ(2002 Commonwealth Games Final)ଘରୋଇ ଇଂଲଣ୍ଡକୁ ହରାଇ ରାଜ୍ୟଗୋଷ୍ଠୀ ପ୍ରତିଯୋଗୀତାରେ ଏଯାବତ ଏକମାତ୍ର ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲା । ଅଧିକ ପଢନ୍ତୁ

CWG 2022: Redemption time for Indian women's hockey team to recapture the gold medal
CWG 2022: ଇଂଲଣ୍ଡରେ ଇତିହାସ ଦୋହରାଇବା ଲକ୍ଷ୍ୟରେ ଭାରତୀୟ ମହିଳା ହକି ଟିମ

By

Published : Jul 28, 2022, 6:37 PM IST

Updated : Jul 28, 2022, 7:29 PM IST

ବର୍ମିଂହାମ:ଟିମ ନୂଆ, ମାତ୍ର ଲକ୍ଷ୍ୟ ପୁରୁଣା । ଇଂଲିସ ମାଟିରେ ଭାରତୀୟ ମହିଳା ହକି ଟିମର ଟାର୍ଗେଟ ପୁଣି ଏକ କମନୱେଲ୍ଥ ଗୋଲ୍ଡ ମେଡାଲ ।ବର୍ମିଂହାମ ଠାରୁ ପ୍ରାୟ 140 କିଲୋମିଟର ଦୂରରେ ମାଞ୍ଚେଷ୍ଟର ସହର । ଏହି ଭେନ୍ୟୁରେ ଭାରତୀୟ ମହିଳା ହକି ଟିମକୁ ମିଳିଥିଲା ଅନ୍ୟତମ ବୃହତ ସ୍ମରଣୀୟ ବିଜୟ(biggest Triumphs) । 2002 ରାଜ୍ୟଗୋଷ୍ଠୀ କ୍ରୀଡା ଫାଇନାଲରେ(2002 Commonwealth Games Final)ଘରୋଇ ଇଂଲଣ୍ଡକୁ ହରାଇ ରାଜ୍ୟଗୋଷ୍ଠୀ ପ୍ରତିଯୋଗୀତାରେ ଏଯାବତ ଜିତିଥିବା ଏକମାତ୍ର ସ୍ବର୍ଣ୍ଣ ପଦକ ନିଜ ନାମରେ କରିଥିଲା ଭାରତ ।

2002 ରାଜ୍ୟଗୋଷ୍ଠୀ କ୍ରୀଡାରେ ଗୋଲ୍ଡ ମେଡାଲ ଭାରତୀୟ ମହିଳା ହକି ଟିମ

ଭାରତୀୟ ଟିମ ଇଂଲଣ୍ଡକୁ 3-2 ଗୋଲ୍‌ରେ ହରାଇଥିଲା । ରୋମାଞ୍ଚକର ଫାଇନାଲ ମୁକାବିଲାରେ ଉଭୟ ଟିମକୁ ମିଳିଥିଲା ଅତିରିକ୍ତ ସମୟ । ଫଳରେ ଏହାର ଫାଇଦା ଉଠାଇ ଶେଷମୂହୂର୍ତ୍ତରେ ବିଜୟ ନିଜ ନାମରେ କରିଥିଲା ଟିମ ଇଣ୍ଡିଆ । କମନୱେଲ୍ଥ ଗେମ୍ସର ଆଉ ଏକ ନୂଆ ସଂସ୍କରଣ ଆରମ୍ଭ ହେବାକୁ ଯାଉଥିବାବେଳେ, ବର୍ମିଂହାମରେ ମଧ୍ୟ ଉଭୟ ଟିମ ମଧ୍ୟରେ ଦେଖିବାକୁ ମିଳିପାରେ କଡା ମୁକାବିଲା । କାରଣ କାନାଡା, ୱେଲ୍ସ ଓ ଘାନା ସହିତ ଇଂଲଣ୍ଡ ମଧ୍ୟ ଭାରତ ସହ ସମାନ ପୁଲ୍‌ ଏ'ରେ ରହିଛି । ଅଗଷ୍ଟ 2ରେ ପ୍ରିଲିମିନାରୀ ରାଉଣ୍ଡରେ ପୁଣିଥରେ ମୁହାଁମୁହିଁ ହେବେ ଏହି ଦୁଇ ଶକ୍ତିଶାଳୀ ଟିମ । ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଅଟକାଇବାକୁ ହେଲେ ପ୍ରତ୍ୟେକ ମ୍ୟାଚ୍‌ରେ ବିଜୟ ସହ ଭାରତୀୟ ଟିମକୁ ନିଜ ପୁଲ୍‌ରେ ଶୀର୍ଷରେ ରହିବାକୁ ହେବ ।

ଭାରତୀୟ ମହିଳା ହକି ଟିମ

ମାତ୍ର ନିକଟରେ ଅଷ୍ଟ୍ରେଲିଆ ତୁଳନାରେ ଭାରତୀୟ ଟିମର ପ୍ରମୁଖ ପ୍ରତିନ୍ଦ୍ବନ୍ଦ୍ବୀ ସାଜିଛି ଇଂଲଣ୍ଡ । ଗତବର୍ଷ ଖେଳାଯାଇଥିବା ଟୋକିଓ ଅଲମ୍ପିକ୍ସ କ୍ବାର୍ଟଲଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ସେମିରେ ପ୍ରବେଶ କରିଥିଲା । ମାତ୍ର ସେମିଫାଇନାଲରେ ଆର୍ଜେଣ୍ଟିନା ଠାରୁ ଓ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍‌ରେ ଅଧିକାଂଶ ଇଂଲଣ୍ଡ ଖେଳାଳି ଥିବା ଗ୍ରେଟ୍‌ ବ୍ରିଟେନ ଠାରୁ ଅଳ୍ପକେ ପରାସ୍ତ ହୋଇଥିଲା ଭାରତ ।

ସେଥିପାଇଁ ଟିମ ଇଣ୍ଡିଆ ପାଇଁ ବର୍ମିଂହାମ କମନୱେଲ୍ଥ ଗେମ୍ସରେ ଇତିହାସ ଦୋହରାଇବା ସହ ଇଂଲିସ ଖେଳାଳାଙ୍କ ଠାରୁ ଅଲମ୍ପିକ୍‌ ପରାଜୟର ପ୍ରତିଶୋଧ ନେବାକୁ ସୁବର୍ଣ୍ଣ ସୁଯୋଗ ରହିଛି । ବର୍ଷ 2002ରେ ସ୍ବର୍ଣ୍ଣ ବିଜେତା ଭାରତୀୟ ମହିଳା ହକି ଟିମ ପୁଣି ଇଂଲିସ ମାଟିରେ ଇତିହାସ ଦୋହରାଇବା ଲକ୍ଷ୍ୟରେ ରହିବ । 2006 ସଂସ୍କରଣରେ ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା ଭାରତ । ଆମଷ୍ଟରଡାମରେ FIH ମହିଳା ବିଶ୍ବକପରେ ନୈରାଶାଜନକ ପ୍ରଦର୍ଶନକୁ ଭୁଲି ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଭାବୀ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି । ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ନବମ ସ୍ଥାନରେ ରହିଥିଲା ଭାରତୀୟ ଟିମ । ପୁଲ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଓ ସ୍ପେନ ଠାରୁ କ୍ରସଓଭର ମ୍ୟାଚ୍‌ରେ ପରାଜୟ ଭାରତୀୟ ଟିମକୁ ମହଙ୍ଗା ପଡିଥିଲା । ମାତ୍ର FIH ପ୍ରୋ ଲିଗ୍‌ ମ୍ୟାଚ୍‌ରେ ବିଶ୍ବ ମାନ୍ୟତାର ନମ୍ବର 1 ଓ 2 ନମ୍ବର ସ୍ଥାନରେ ଥିବା ନେଦରଲାଣ୍ଡ ଓ ଆର୍ଜେଣ୍ଟିନା ବିପକ୍ଷରେ ବିଜୟ ଦଳର ଆତ୍ମବିଶ୍ବାସ ବୃଦ୍ଧିରେ ସହାୟକ ହେବ ।

ଗୁରଜିତ କୌର, ଗୋଲକିପର, କ୍ୟାପଟେନ ସବିତା ଓ ଯୁବ ଷ୍ଟାର ଲାଲ୍ରେସିଆମିଙ୍କ ଭଳି ଖେଳାଳିଙ୍କୁ ନେଇ ଭାରତୀୟ ଟିମ ବେଶ୍‌ ଶକ୍ତିଶାଳୀ ରହିଛି । ଫଳରେ ବର୍ମିଂହାମରେ ଟିମ ବାଉନ୍ସବ୍ୟାକ୍‌ କରିବ ବୋଲି ଆଶା ରହିଛି । ଭାରତୀୟ ମହିଳା ହକି ଟିମ ଅପେକ୍ଷାକୃତ ଦୁର୍ବଳ ଟିମ ଘାନା ବିପକ୍ଷରେ ପ୍ରିଲିମିନାରୀ ରାଉଣ୍ଡ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ । ଗ୍ରୁପ ପର୍ଯ୍ୟାୟରେ ଭାରତର ପ୍ରମୁଖ ପ୍ରତିନ୍ଦ୍ବନ୍ଦ୍ବୀ ହେବ ଇଂଲଣ୍ଡ । ଫଳରେ ଇଂଲିସ ଚ୍ୟାଲେଞ୍ଜକୁ ପାର୍‌ କରିପାରିଲେ ନିଜ ଗ୍ରୁପ୍‌ରେ ଶୀର୍ଷ ସ୍ଥାନରେ ରହି ସେମି ଟିକେଟ ହାତେଇବା ସହଜ ହେବ ।

Last Updated : Jul 28, 2022, 7:29 PM IST

ABOUT THE AUTHOR

...view details