ନୂଆଦିଲ୍ଲୀ: ବର୍ମିଂହୋମରେ ଚାଲିଥିବା 22ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି । ଭାରୋତ୍ତୋଳନରେ ଭାରତୀୟ ଭାରୋତ୍ତୋଳକାରୀଙ୍କ ଦବଦବା ଦେଖିବାକୁ ମିଳିଛି । ଦେଶକୁ ପଦକ ପରେ ଭେଟି ଦେଇଛନ୍ତି ଭାରୋତ୍ତୋଳକାରୀ । ଭାରୋତ୍ତୋଳନରେ କେବଳ 4ଟି ପଦକ ଜିତିଛି ଭାରତ । ଭାରୋତ୍ତୋଳକ ମୀରାବାଈ ଚାନୁ, ବିନ୍ଦ୍ୟାରାଣୀ ଦେବୀ, ସଙ୍କେତ ଓ ଗୁରୁରାଜା ପୂଜାରୀ ପଦକ ଜିତିଛନ୍ତି । ଏ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେରେ ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ମୀରାବାଈ ଚାନୁ ଓ ରୌପ୍ୟ ପଦକ ଜିତିଛନ୍ତି ବିନ୍ଦ୍ୟାରଣୀ ଦେବୀ । ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ରାଷ୍ଟ୍ରପତି ଲେଖିଛନ୍ତି, ''ଭାରୋତ୍ତୋଳନ ସ୍ୱର୍ଣ୍ଣ ପଦକ ଜିତି ମିରାବାଇ ଚାନୁ ଇତିହାସ ରଚିଛନ୍ତି । କମନୱେଲଥ ଗେମ୍ସରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ଗେମ୍ସରେ ଭାରତ ପାଇଁ ତାଙ୍କର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବାର ଦେଶ ଗର୍ବିତ ବୋଲି କହିଛନ୍ତି ରାଷ୍ଟ୍ରପତି ।''
ରୌପ୍ୟ ଜିତିଥିବା ବିନ୍ଦ୍ୟାରଣୀ ଦେବୀଙ୍କୁ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି କହିଛନ୍ତି କମନୱେଲଥ ଗେମ୍ସରେ ଭାରୋତ୍ତୋଳନରେ ରୌପ୍ୟ ଜିତିବା ପାଇଁ ବିନ୍ଦାରାଣୀ ଦେବୀଙ୍କୁ ଅଭିନନ୍ଦନ । ତୁମର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପ୍ରତ୍ୟେକ ଭାରତୀୟ ଆପଣଙ୍କ ସଫଳତାର ଆନନ୍ଦିତ ବୋଲି କହିଛନ୍ତି ରାଷ୍ଟ୍ରପତି । ସେହିପରି ପୁରୁଷ ବର୍ଗ ଭାରଉତ୍ତୋଳନରେ ରୌପ୍ୟ ଓ ବ୍ରୋଞ୍ଜ ଜିତିଥିବା ସଙ୍କେତ ଓ ଗୁରୁରାଜା ପୂଜାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଏହା ବି ପଢନ୍ତୁ...CWG 2022: ରୌପ୍ୟ ଜିତିଲେ ବିନ୍ଦ୍ୟାରାଣୀ
ସେହିପରି ସମସ୍ତ ଭାରଉତ୍ତୋଳକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ କରି ସ୍ବର୍ଣ୍ଣ ଜିତିଥିବା ମୀରାବାଈ ଚାନୁଙ୍କୁ ଶୁଭେଚ୍ଛା ଜଣାଇ ମୋଦି ଲେଖିଛନ୍ତି, ''ଦେଶକୁ ପୁଣି ଥରେ ଗର୍ବିତ କରିଛନ୍ତି ମୀରା । ସ୍ବର୍ଣ୍ଣ ଜିତି ବର୍ମିଂହାମ ଗେମ୍ସରେ ଏକ ନୂତନ କମନୱେଲଥ ରେକର୍ଡ ସ୍ଥାପନ କରିଛନ୍ତି । ତାଙ୍କର ଏହି ସଫଳତା ଅନେକ ଭାରତୀୟଙ୍କୁ ବିଶେଷ କରି ଆଥଲେଟ୍ସଙ୍କୁ ଉତ୍ସାହିତ କରିବ । ସେହିପରି ରୌପ୍ୟ ପଦକ ବିଜୟିନୀ ବିନ୍ଦ୍ୟାରଣୀ ଦେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ବର୍ମିଂହାମ୍ରେ ରୌପ୍ୟ ପଦକ ଜିତିଥିବାରୁ ବିନ୍ଦାରାଣୀ ଦେବୀଙ୍କୁ ଅଭିନନ୍ଦନ । ଏହି ସଫଳତା ତାଙ୍କର ଦୃଢତାର ଏକ ପ୍ରଦର୍ଶନ ଏବଂ ଏହା ପ୍ରତ୍ୟେକ ଭାରତୀୟ ଏହାକୁ ନେଇ ବହୁତ ଖୁସି । ଭବିଷ୍ୟତ ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।
ଏହା ବି ପଢନ୍ତୁ... CWG 2022 Day 2: ଭାରୋତ୍ତୋଳନରେ ଭାରତକୁ ବ୍ରୋଞ୍ଜ, ୨ରେ ପହଞ୍ଚିଲା ପଦକ ସଂଖ୍ୟା
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଣ୍ଣ ବିଜେତା ମୀରାବାଈ ଚାନୁଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି,''ମହିଳା 49 କିଲୋଗ୍ରାମ ଭାରୋତ୍ତୋଳନରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିବାରେ ତାଙ୍କର ଐତିହାସିକ ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇବ । ତାଙ୍କୁ ଅନେକ ଅନେକ ଶୁଭେଚ୍ଛା । ରୌପ୍ୟ ବିଜୟିନୀ ବିନ୍ଦ୍ୟାରଣୀ ଦେବୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ''ମହିଳା 49 କିଲୋଗ୍ରାମ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଥିବାରୁ ଅନେକ ଅନେକ ଶୁଭେଚ୍ଛା । ଏହି ସଫଳତା ଆଗକୁ ଜାରି ରହୁ । ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭେଚ୍ଛା ।’’
ପ୍ରକାଶ ଥାଉ କି, ଜୁଲାଇ 29 ତାରିଖରୁ ଇଂଲଣ୍ଡର ବର୍ମିହାମରେ ଆରମ୍ଭ ହୋଇଥିବା 22ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ 4 ଟି ପଦକ ହାସଲ କରିଛି । ସମସ୍ତ ପଦକ ଉାରଉତ୍ତୋଳନରେ ହିଁ ହାସଲ କରିଛି ଭାରତ ।