ବର୍ମିଂହାମ(ଇଂଲଣ୍ଡ):କମନୱେଲ୍ଥ ଗେମ୍ସ 2022(Commonwealth Games 2022 ) ପ୍ରତିଯୋଗିତାରେ ଭାରତୀୟ କ୍ରୀଡାବିତଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦେଶକୁ ପଦକ ପରେ ପଦକ ଭେଟି ଦେଉଛନ୍ତି ଆଥଲେଟ । ଭାରୋତ୍ତଳକ ମୀରାବାଈ ଚାନୁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିବା ପରେ ରୌପ୍ୟ ପଦକ ଜିତିଛନ୍ତି ବିନ୍ଦ୍ୟାରାଣୀ ଦେବୀ । ମହିଳା 55 କିଲୋ ବର୍ଗରେ ମୋଟ 202 କିଲୋ ଭାରତ ଉଠାଇ ରୌପ୍ୟ ପଦକ ଜିତିଛନ୍ତି ବିନ୍ଦ୍ୟାରାଣୀ ଦେବୀ । ଏହାକୁ ମିଶାଇ ଭାରତର ମୋଟ ପଦକ 4ରେ ପହଞ୍ଚିଛି । ଭାରତ୍ତୋଳନରେ ଏହି ସବୁ ପଦକ ହାସଲ କରିଛି ଭାରତ ।
CWG 2022: ରୌପ୍ୟ ଜିତିଲେ ବିନ୍ଦ୍ୟାରାଣୀ - କମନୱେଲ୍ଥ ଗେମ୍ସ 2022
କମନୱେଲ୍ଥ ଗେମ୍ସ 2022 (Commonwealth Games 2022 ) ପ୍ରତିଯୋଗିତାରେ ଭାରତକୁ ଆଉ ଏକ ପଦକ ଭେଟି ଦେଇଛନ୍ତି ବିନ୍ଦ୍ୟାରାଣୀ ଦେବୀ । ଅଧିକ ପଢନ୍ତୁ
ଏହା ବି ପଢନ୍ତୁ...CWG 2022 Day 2: ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଭେଟିଦେଲେ ମୀରାବାଈ ଚାନୁ
ବିନ୍ଦ୍ୟାରାଣୀ ସ୍ନାଚରେ 86 କିଲୋ ଭାର ଉଠାଇଥିଲେ । କ୍ଲିନ ଆଣ୍ଡ ଜର୍ଜରେ 116 କିଲୋ ଉଠାଇ କ୍ରୀଡା ରେକର୍ଡ ସ୍ଥାପନ କରିବାରେ ସଫଳ ହୋଇଥିଲେ । କ୍ଲିନ ଏବଂ ଜର୍କ ଲିଫ୍ଟ ବର୍ଗର ପ୍ରଥମ ଉଦ୍ୟମରେ ସେ 110 କିଲୋ ଉଠାଇଥିଲେ । ଦ୍ବିତୀୟ ପ୍ରୟାସରେ 114କେଜି ଉଠାଇବାରେ ବିଫଳ ହୋଇଥିଲେ । ଫାଇନାଲ ପ୍ରୟାସରେ 114 କିଲୋ ଉଠାଇ ରୌପ୍ୟ ଜିତିଛନ୍ତି ବିନ୍ଦ୍ୟାରାଣୀ । ନାଇଜେରିଆର ଆଦିଜାତ ଆଡେନିକା ଓଲାରିଓନ ମୋଟ 203 କିଲୋ ଭାର ଉଠାଇ ରେକର୍ଡ କରିବା ସହିତ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଇଂଲଣ୍ଡର ଫ୍ରେୟର ମୋରୋ ମୋଟ 198 କିଲୋ ଭାର ଉଠାଇ ବ୍ରୋଞ୍ଜ ପଦକ ଜିତିଛନ୍ତି । ପୂର୍ବରୁ ପୁରୁଷ 55 କିଲୋ ବର୍ଗରେ ଭାରତର ସଙ୍କେତ ସର୍ଗର ରୌପ୍ୟ ପଦକ ଜିତିଥିବାବେଳେ 61 କିଲୋ ବର୍ଗରେ ଗୁରୁରାଜ ପୂଜାରୀ ବ୍ରୋଞ୍ଜ ପଦକ ହାତେଇଥିଲେ ।