ଓଡିଶା

odisha

ETV Bharat / sports

CWG 2022 Day 2: ଭାରତକୁ ପ୍ରଥମ ପଦକ, ଭାରୋତ୍ତଳନରେ ରୌପ୍ୟ ଜିତିଲେ ସଙ୍କେତ ସରଗର

କମନୱେଲ୍‌ଥ ଗେମ୍ସ 2022(Commonwealth Games 2022 )ରେ ଭାରତକୁ ପ୍ରଥମ ପଦକ ଭେଟିଦେଲେ ସଙ୍କେତ ସରଗର (Weightlifter Sanket Sargar) । ଅଧିକ ପଢନ୍ତୁ

CWG 2022 Day 2: କମନୱେଲ୍‌ଥ ଗେମ୍ସରେ ଭାରତକୁ ଭାରତ୍ତୋଳନରେ ପ୍ରଥମ ରୌପ୍ୟ
CWG 2022 Day 2: କମନୱେଲ୍‌ଥ ଗେମ୍ସରେ ଭାରତକୁ ଭାରତ୍ତୋଳନରେ ପ୍ରଥମ ରୌପ୍ୟ

By

Published : Jul 30, 2022, 4:11 PM IST

Updated : Jul 30, 2022, 7:56 PM IST

ବର୍ମିଂହାମ (ଇଂଲଣ୍ଡ): ଚଳିତ କମନୱେଲ୍‌ଥ ଗେମ୍ସ 2022(Commonwealth Games 2022 )ରେ ଭାରତକୁ ପ୍ରଥମ ପଦକ । ଭାରୋତ୍ତଳନ(Weightlifting) ପ୍ରତିଯୋଗିତାରେ ରୌପ୍ୟ ପଦକ ଭେଟି ଦେଇଛନ୍ତି ସଙ୍କେତ ସରଗର । ସଙ୍କେତଙ୍କ ବିଜୟ ସହ ପ୍ରତିଯୋଗିତାର ଦ୍ବିତୀୟ ଦିନରେ ଭାରତକୁ ପ୍ରଥମ ପଦକ ମିଳିଛି । ୫୫ କେଜି ପୁରୁଷ ଭାରୋତ୍ତଳନ ପ୍ରତିଯୋଗିତାରେ ଏହି ପଦକ ହାସଲ କରିଛନ୍ତି ସଙ୍କେତ ।

ଇଂଲଣ୍ଡ ବର୍ମିଂହାମରେ ଚାଲିଥିବା କମନୱେଲ୍‌ଥ ଗେମ୍ସ 2022 ବା ରାଜ୍ୟଗୋଷ୍ଠୀ କ୍ରୀଡାର ଆଜି ଦ୍ବିତୀୟ ଦିନ । ପ୍ରତିଯୋଗିତାର ଦ୍ବିତୀୟ ଦିନରେ ଭାରୋତ୍ତଳକ ସଙ୍କେତ ସରଗର ଦେଶକୁ ରୌପ୍ୟ ଭେଟି ଦେଇଛନ୍ତି । ସେ ମୋଟ ୨୪୮ କେଜି ଓଜନ ଉଠାଇ ଏହି ବିଜୟ ହାସଲ କରିଛନ୍ତି । ସଙ୍କେତ ସ୍ନାଚରେ ୧୧୩ କେଜି ଓଜନ ଉଠାଇ ଥିବାବେଳେ କ୍ଲିନ ଆଣ୍ଡ ଜର୍କରେ ୧୩୫ କେଜି ଓଜନ ଉଠାଇଛନ୍ତି । ତେବେ ଏହି ବର୍ଗରେ ମାଲେସିୟାର ବିନ ମହମ୍ମଦ ଅନିକ ସ୍ୱର୍ଣ୍ଣ ଜିତିଛନ୍ତି । ଅନିତ ମୋଟ ୨୪୯ କେଜି ଓଜନ ଉଠାଇ ଗୋଲ୍ଡେନ ବାଜି ମାରିନେଇଛନ୍ତି । ସେ ସ୍ନାଚରେ ୧୦୭ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୪୨ କେଜି ଓଜନ ଉଠାଇଥିବା ଜଣାପଡିଛି ।

ସେହିପରି ଶ୍ରୀଲଙ୍କାର ଦିଲଙ୍କା ୟୋଡାଗେ ଏହି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେ ୨୨୫ କେଜି ଓଜନ ଉଠାଇଛନ୍ତି । ତେବେ ପ୍ରତିଯୋଗିତାରେ ଭାରତୀୟ ପ୍ରତିଯୋଗୀ ସଙ୍କେତଙ୍କ କହୁଣୀରେ ଶକ୍ତ ଆଘାତ ଲାଗିଥିବା ଜଣାପଡିଛି । ଏହି କାରଣରୁ ସେ ସ୍ବର୍ଣ୍ଣ ପଦକ ହାସଲ କରକିପାରି ନଥିବା କହିଛନ୍ତି ସଙ୍କେତଙ୍କ କୋଚ ।

Last Updated : Jul 30, 2022, 7:56 PM IST

ABOUT THE AUTHOR

...view details