ଓଡିଶା

odisha

ETV Bharat / sports

କଟକରେ ହୋଇପାରେ ଆଉ ଏକ ମେଗା ଇଭେଣ୍ଟ - Asian wrestling championship

କଟକରେ ଏସିଆନ କୁସ୍ତି ଚମ୍ପିଆନସିପର ଆୟୋଜନ ପାଇଁ ଚାଲିଛି ଆଲୋଚନା।

ଏସିଆନ କୁସ୍ତି ଚମ୍ପିଆନସିପ

By

Published : Nov 11, 2019, 8:40 PM IST

କଟକ: ସିଲଭର ସିଟି ଏବେ ସାଜିବ ସ୍ପୋର୍ଟସ ସିଟି । ରାଜ୍ୟଗୋଷ୍ଟୀ ଟେବୁଲ ଟେନିସ ପରେ କଟକରେ ଆୟୋଜିତ ହେବାକୁ ଯାଉଛି ଆଉ ଏକ ମେଗା ଇଭେଣ୍ଟ । ଏସିଆନ କୁସ୍ତି ଚମ୍ପିଆନସିପର ଆୟୋଜନ ପାଇଁ ଚାଲିଛି ଆଲୋଚନା।

କଟକରେ ହୋଇପାରେ ଆଉ ଏକ ମେଗା ଇଭେଣ୍ଟ

ସୋମବାର ବିଶ୍ୱ କୁସ୍ତି ଫେଡେରେସନର କିଛି ଅଧକାରୀ କଟକ ଜବହାରଲାଲ ନେହେରୁ ଇନଡୋର ଷ୍ଟାଡିୟମ ବୁଲି ଦେଖିଥିଲେ। ଗ୍ୟାଲେରୀ ଠୁ ଆରମ୍ଭ କରି ଖେଳାଳିଙ୍କ କକ୍ଷ ପର୍ଯ୍ୟନ୍ତ ସବୁ ଟିକିନିଖି ପରଖିଥିଲେ ଅଧିକାରୀ । ଷ୍ଟାଡିୟମର ସ୍ଥିତି ଭଲ ଅଛି। ସବୁ ଦିଗରୁ ଏହା ମ୍ୟାଚ ପାଇଁ ଅନୁକୂଳ ସ୍ଥାନ ହୋଇପାରେ ବୋଲି କହିଛନ୍ତି ଅଧକାରୀ। ଏହି ମେଗା ପ୍ରତିଯୋଗୀତା କଟକରେ ଖେଳାଯିବ କି ନାହିଁ ତାହା ଆଗାମୀ ଦିନରେ ଫେଡେରେସନ ବୈଠକ ପରେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ବିଶ୍ୱ କୁସ୍ତି ଫେଡେରେସନ କମରସିଆଲ ପାର୍ଟନର ଆଶିଷ ଚଡ୍ଡା।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details