ଓଡିଶା

odisha

ETV Bharat / sports

ଗୋଲ୍ଡେନ ବଏ ନୀରଜ ଚୋପ୍ରାଙ୍କୁ CSKର ସମ୍ବର୍ଦ୍ଧନା

ଅଲମ୍ପିକ୍‌ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କା ସହିତ ୮୭୫୮ ନମ୍ବର ଥିବା ଏକ ସ୍ପେଶାଲ ଜର୍ସି ପ୍ରଦାନ କରି ସମ୍ମାନିତ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । ଅଧିକ ପଢନ୍ତୁ...

By

Published : Oct 31, 2021, 3:59 PM IST

CSK honours Olympic gold medallist Neeraj Chopra
ଗୋଲ୍ଡେନ ବୟ ନୀରଜ ଚୋପ୍ରାଙ୍କୁ CSKର ସମ୍ମାନିତ

ନୂଆଦିଲ୍ଲୀ: ଅଲମ୍ପିକ୍‌ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କୁ ପୁରସ୍କୃତ କରିଛି ଇଣ୍ଡିଆନ ପ୍ରିମିୟର ଲିଗ(IPL) ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ(CSK) । ନୀରଜଙ୍କୁ ୧ କୋଟି ଟଙ୍କା ସହିତ ଏକ ସ୍ପେଶାଲ ଜର୍ସି ପ୍ରଦାନ କରିଛି CSK । ଜର୍ସିରେ ନୀରଜଙ୍କ ନାମ ଲେଖାଥିବାବେଳେ ନମ୍ବର ରହିଛି ୮୭୫୮ । ଟୋକିଓ ଅଲମ୍ପିକ୍‌ସ ୨୦୨୦ରେ ଜାଭେଲିନ ଥ୍ରୋ'ରେ ନୀରଜ ଚୋପ୍ରା ଐତିହାସିକ ପ୍ରଦର୍ଶନ କରିବା ସହ ଦେଶକୁ ପ୍ରଥମ ଆଥଲେଟିକ୍‌ ସ୍ବର୍ଣ୍ଣ ପଦକ ଉପହାର ଦେଇଥିଲେ । ଫଳରେ ବିଜୟୀ ପ୍ରଦର୍ଶନ ୮୭.୫୮ ମିଟର ଥ୍ରୋକୁ ଜର୍ସି ନମ୍ବରରେ ସ୍ଥାନ ଦିଆଯାଇଛି ।

ବ୍ୟକ୍ତିଗତ ବର୍ଗରେ ଅଲମ୍ପିକ ସ୍ବର୍ଣ୍ଣ ପଦକ ଜିତିବାରେ ଅଭିନବ ବିନ୍ଦ୍ରାଙ୍କ ପରେ ନୀରଜ ଦ୍ବିତୀୟ ଭାରତୀୟ ।

CSK ସିଇଓ କାଶୀ ବିଶ୍ବନାଥନ ଏକ ବିବୃତିରେ ଦର୍ଶାଇଛନ୍ତି ଯେ, ନୀରଜଙ୍କ ଐତିହାସିକ ପ୍ରଦର୍ଶନରେ ସମଗ୍ର ଦେଶ ଗର୍ବିତ । ଟ୍ରାକ୍‌ ଓ ଫିଲ୍ଡ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ ପରବର୍ତ୍ତୀ ପିଢି ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି । ୮୭.୫୮ ଆମ ପାଇଁ ଏକ ସମ୍ମାନ, ଭାରତୀୟ କ୍ରୀଡା ଇତିହାସରେ ଏହା ସର୍ବଦା ସ୍ମରଣୀୟ ହୋଇ ରହିବ । ଭବିଷ୍ୟତରେ ସେ ଦେଶପାଇଁ ଆହୁରି ଗୌରବ ଆଣିବେ ଆଶବାଦୀ ।"

ଏହି ସମ୍ମାନ ପରେ ନୀରଜ ସମର୍ଥନ ଓ ପୁରସ୍କାର ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାନେଜ୍‌ମେଣ୍ଟକୁ ଧନ୍ୟବାଦ ଜଣାଇଛନ୍ତି । ସ୍ବର୍ଣ୍ଣ ପଦକ ଜିତିବା ପରେ ଏତେ ଭଲପାଇବା ସମ୍ମାନ ମିଳିବ ବୋଲି କଳ୍ପନା କରିନଥିଲି କହିଛନ୍ତି ଗୋଲ୍ଡେନ ବୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details