ଲଣ୍ଡନ: ବିଶ୍ବର ଲୋକପ୍ରିୟ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପାଇଁ ଏକ ଦୁଃଖ ସମୟ ଆସିଛି । ତାଙ୍କର ଯମଜ ସନ୍ତାନ ମଧ୍ୟରୁ ଜଣେ ସନ୍ତାନର ମୃତ୍ୟୁ ହୋଇଛି । ଏ ନେଇ ଟ୍ବିଟରରେ ସୂଚନା ଦେଇଛନ୍ତି ରୋନାଲ୍ଡୋ ।
ଟ୍ବିଟରେ ରୋନାଲ଼୍ଡୋ କହିଛନ୍ତି ଆମର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ଏହା ଆମ ପାଇଁ ସବୁଠୁ ବଡ କଷ୍ଟ ଯାହା ସମସ୍ତ ପିତାମାତା ଅନୁଭବ କରି ପାରୁଥିବେ । ଆମ ଶିଶୁ କନ୍ୟା ଆମକୁ ସାହାସ ଓ ଧୈର୍ଯ୍ୟ ଦେଇଛି । ତାକୁ ନେଇ ଆମେ ଆଶା ରହିଛି ତା ପାଖରେ ହିଁ ଆମର ଖୁସି ବୋଲି କହିଛନ୍ତି ରୋନାଲ୍ଡୋ ।