ନୂଆଦିଲ୍ଲୀ:ଛତ୍ରସାଲ ଷ୍ଟାଡିୟମରେ ରେସଲର ସାଗର ରାଣା ମୃତ୍ୟୁ ଘଟଣାରେ ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ଆହୁରି ଅଧିକ ଯାଞ୍ଚ କରିବ ବୋଲି ରବିବାର ଅଧିକାରୀମାନେ ସୂଚନା ଦେଇଛନ୍ତି । ପୋଲିସ କହିଛି ଯେ ବର୍ତ୍ତମାନ ଉତ୍ତର-ପଶ୍ଚିମ ଜିଲ୍ଲା ପୋଲିସ ଦ୍ବାରା ଅନୁସନ୍ଧାନ କରାଯାଉଥିବା ଏହି ମାମଲା ସୋମବାର ସୁଦ୍ଧା କ୍ରାଇମ ବ୍ରାଞ୍ଚ ୟୁନିଟକୁ ହସ୍ତାନ୍ତର କରାଯିବ ।
ପ୍ରକାଶ ଥାଉକି, ମେ 4ରେ ଛତ୍ରଶାଳା ଷ୍ଟାଡିୟମରେ ସୁଶୀଲ ଓ ତାଙ୍କ ସହଯୋଗୀ ମୃତ ସାଗର ଓ ତାଙ୍କ ସାଥୀଙ୍କୁ ପ୍ରବଳ ମାଡ ମାରିଥିଲେ । ଏହି ଘଟଣାରେ ସାଗରଙ୍କର ମୃତ୍ୟୁ ହୋଇଥିଲା । ସେବେଠୁ ସୁଶୀଲ ଓ ତାଙ୍କ ସାଥୀ ଫେରାର ଥିଲେ । ରବିବାର ଦିଲ୍ଲୀ ମୁଣ୍ଡକା ଅଞ୍ଚଳରୁ ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ଟିମ ସୁଶୀଲ ଓ ତାଙ୍କ ସହଯୋଗୀକୁ ଗିରଫ କରିଥିଲା । ସୁଶୀଲଙ୍କୁ ଛଅ ଦିନିଆ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ ।