ଫାଟୋର୍ଦା(ଗୋଆ): ଇଣ୍ଡିଆନ ସୁପର ଲିଗ(ISL)ରେ ପଶିଲା କୋରୋନା । ଜଣେ ଖେଳାଳି COVID-19 ପଜିଟିଭ ଚିହ୍ନଟ ହେବାପରେ, ଓଡିଶା ଏଫସି ଓ ATK ମୋହୁନ ବଗାନ ମଧ୍ୟରେ ଶନିବାର ଖେଳାଯିବାକୁ ଥିବା ମ୍ୟାଚ୍ ନମ୍ବର ୫୩ ସ୍ଥଗିତ ହୋଇଛି । ଫାଟୋର୍ଦାର PJN ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବା ନେଇ ସୂଚୀ ରହିଥିଲା ।
ଏହାମଧ୍ୟ ପଢନ୍ତୁ: ISL 2021-22: ଟେବୁଲ ଟପର ମୁମ୍ବାଇ ସିଟି ଏଫସିକୁ ହରାଇଲା ଓଡିଶା
"ATK ମୋହୁନ ବଗାନର ଜଣେ ଖେଳାଳି COVID-19 ପଜିଟିଭ ଜଣାପଡିବା ପରେ ISL ମେଡିକାଲ ଟିମର ପରାମର୍ଶ କ୍ରମେ ମ୍ୟାଚ୍ ସ୍ଥଗିତ ନିଷ୍ପତ୍ତି ହୋଇଛି ।" ଏନେଇ ଲିଗ୍ ପକ୍ଷରୁ ଏକ ଅଫିସିଆଲ ବିଜ୍ଞପ୍ତିରେ ଘୋଷଣା କରାଯାଇଛି ।