ଓଡିଶା

odisha

ETV Bharat / sports

ଜେଲ୍‌ରେ ସୁଶୀଲ କୁମାରଙ୍କୁ ମିଳିବନି ପ୍ରୋଟିନ୍‌ଯୁକ୍ତ ଖାଦ୍ୟ, କୋର୍ଟରେ ଆବେଦନ ଖାରଜ - ସୁଶୀଲ କୁମାରଙ୍କୁ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ

ଜେଲ୍‌ରେ ହାଇ ପ୍ରୋଟିନ୍ ଡାଏଟ୍ ଓ ସ୍ବତନ୍ତ୍ର ସପ୍ଲିମେଣ୍ଟ ପାଇଁ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ଆବେଦନକୁ ବୁଧବାର ଖାରଜ କଲେ ଦିଲ୍ଲୀର ରୋହିଣୀ କୋର୍ଟ । ଅଧିକ ପଢନ୍ତୁ...

Court dismisses Sushil Kumar's plea for high protein diet, special supplements in prison
ଜେଲ୍‌ରେ ସୁଶୀଲ କୁମାରଙ୍କୁ ମିଳିବନି ପ୍ରୋଟିନ୍‌ଯୁକ୍ତ ଖାଦ୍ୟ, କୋର୍ଟରେ ଆବେଦନ ଖାରଜ

By

Published : Jun 9, 2021, 9:52 PM IST

ନୂଆଦିଲ୍ଲୀ: ଜେଲ୍‌ରେ ହାଇ ପ୍ରୋଟିନ୍ ଡାଏଟ୍ ଓ ସ୍ବତନ୍ତ୍ର ସପ୍ଲିମେଣ୍ଟ ପାଇଁ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ଆବେଦନକୁ ବୁଧବାର ଖାରଜ କଲେ ଦିଲ୍ଲୀର ରୋହିଣୀ କୋର୍ଟ । ସାଗର ଧନକର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି ସୁଶୀଲ । ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଓ ସ୍ବତନ୍ତ୍ର ବ୍ୟବସ୍ଥା ନେଇ ଆବେଦନର ଶୁଣାଣି କରି ବିଚାରପତି ଶତବୀର ସିଂହ ଲାମ୍ବା ଖାରଜ କରିଛନ୍ତି । ଖେଳାଳିଙ୍କ ନାମରେ ସଙ୍ଗୀନ ହତ୍ୟା ଅଭିଯୋଗ ଥିବା ଆବେଦନରେ ଉଲ୍ଲେଖ ଥିବା ସେବା ଉପଲବ୍ଧ କରାଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ ।

ଜେଲ୍‌ରେ ସୁଶୀଲ କୁମାରଙ୍କୁ ମିଳିବନି ପ୍ରୋଟିନ୍‌ଯୁକ୍ତ ଖାଦ୍ୟ, କୋର୍ଟରେ ଆବେଦନ ଖାରଜ

ଆଡଭୋକେଟ୍‌ ପ୍ରଦୀପ ରାଣା, ସୁଶୀଲଙ୍କ ପକ୍ଷରୁ ଯୁକ୍ତି ବାଢିଥିଲେ ଓ କହିଥିଲେ, ଆବେଦନକାରୀଙ୍କ ଭବିଷ୍ୟତ କୁସ୍ତି କ୍ୟାରିୟର ସିଧାସଳଖ ଭାବେ ଶାରିରୀକ ଦକ୍ଷତା ଉପରେ ନିର୍ଭର କରେ । ଏହି ବିନା ସେ ତାଙ୍କର ସ୍ବାସ୍ଥ୍ୟକୁ ବଜାୟ ରଖିପାରିବେ ନାହିଁ । ସେଥିପାଇଁ ତାଙ୍କୁ ସ୍ବତନ୍ତ୍ର ଖାଦ୍ୟ ଓ ସପ୍ଲିମେଣ୍ଟ ଦେବା ପାଇଁ ଅନୁମତି ମିଳୁ ।

ଓମେଗା-3 କ୍ୟାପସୁଲ, ଜଏଣ୍ଟମେଣ୍ଟ କାପସୁଲ, ପ୍ରି-ୱାର୍କଆଉଟ ସି4, ହାଇଡ ମଲ୍ଟି ଭିଟାମିନ ଜିଏନସି ଓ ଅନ୍ୟ ସ୍ବତନ୍ତ୍ର ଜିତିଷ ଯୋଗାଇବାକୁ ଆବେଦନରେ ଉଲ୍ଲେଖ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details