ଓଡିଶା

odisha

ETV Bharat / sports

କୋରୋନା ସହାୟତା: ସୁଟର ମନୁ ଭାକର ଦେଲେ 1 ଲକ୍ଷ - କୋରୋନା ସହାୟତା

ଭାରତୀୟ ସୁଟର ମନୁ ଭାକର କୋରୋନା ବିରୋଧିରେ ସାମିଲ ହୋଇଛନ୍ତି । ହରିୟାଣା କୋରୋନା କେଆରସ ଫଣ୍ଡକୁ 1 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମନୁ ଭାକର ।

Shooter Manu Bhaker Donates
କୋରୋନା ସହାୟତା: ସୁଟର ମନୁ ଭାକର ଦେଲେ 1ଲକ୍ଷ

By

Published : Mar 30, 2020, 5:56 PM IST

ନୂଆଦିଲ୍ଲୀ: ଭାରତୀୟ ସୁଟର ମନୁ ଭାକର କୋରୋନା ବିରୋଧୀ ଲଢେଇରେ ସାମିଲ ହୋଇଛନ୍ତି । ହରିୟାଣା କୋରୋନା କେଆର୍ସ ଫଣ୍ଡକୁ 1 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମନୁ ଭାକର ।

ଏଥିସହିତ ସେ ଟ୍ବିଟରରେ ଲେଖିଛନ୍ତି, ‘ଏ ସମୟ କେବଳ ଦେଶର ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବାର । ଲୋକଙ୍କ ସୁରକ୍ଷା ପାଇଁ ଯାହା ବି ସାହାଯ୍ୟ କରିହେବ ସମସ୍ତଙ୍କୁ ପ୍ରୟାସ କରିବା ଦରକାର । ନିଜ ସଞ୍ଚୟରୁ ଏକ ଲକ୍ଷ ଟଙ୍କା ହରିୟାଣା କୋରୋନା କେଆର୍ସକୁ ପ୍ରଦାନ କରିଛି । ଆଶା କରୁଛି ସମସ୍ତଙ୍କୁ କିଛି ନା କିଛି ଯୋଗଦାନ କରିବେ ଓ ଦେଶର ବିପଦ ସମୟରେ ଦେଶର ସାଥ ଦେବେ।’

ABOUT THE AUTHOR

...view details