ହାଇଦ୍ରାବାଦ: ସାରା ବିଶ୍ବରେ ଏବେ କୋରୋନା ଆତଙ୍କ । ଏନେଇ ପ୍ରାୟ ଦେଶ ଅନ୍ତରାଷ୍ଟ୍ରୀୟ ଉଡାଣକୁ ବାତିଲ କରିଛନ୍ତି । ଫଳରେ ଭାରତୀୟ ଟେବୁଲ ଟେନିସ ଖେଳାଳି ତାକେମି ସରକାର ସ୍ପେନରେ ଫସି ରହିଛନ୍ତି । ସେ ସ୍ପେନିସ୍ ଟେବୁଲ ଟେନିସ ଲିଗ୍ରେ ଅଂଶଗ୍ରହଣ କରିବାକୁ ସ୍ପେନ ଯାଇଥିଲେ । ଗତ 24 ମାର୍ଚ୍ଚରେ ସ୍ବଦେଶ ଫେରିଥାନ୍ତେ । କିନ୍ତୁ ବିମାନସେବା ବନ୍ଦ ଥିବା ଯୋଗୁଁ ସେ ସ୍ବଦେଶ ଫେରି ପାରି ନାହାଁନ୍ତି ।
ସ୍ପେନରେ ଫସି ରହିଛନ୍ତି ଭାରତୀୟ ଟେବୁଲ ଟେନିସ ଖେଳାଳି ତାକେମି ସରକାର
କୋରୋନା ଆତଙ୍କ ଯୋଗୁଁ ବିମାନସେବା ବାତିଲ କରାଯାଇଛି । ଫଳରେ ସ୍ପେନିସ ଟେବୁଲ ଟେନିସ ଲିଗ୍ରେ ଅଂଶଗ୍ରହଣ କରିବାକୁ ସ୍ପେନ ଯାଇଥିବା ଭାରତୀୟ ଟେବୁଲ ଟେନିସ୍ ଖେଳାଳି ତାକେମି ସରକାର ସ୍ପେନରେ ଫସି ରହିଛନ୍ତି ।
ଏହି 28 ବର୍ଷୀୟ ଖେଳାଳି ଏକ ଅଡିଓ ମସେଜ୍ ପଠେଇ ସୂଚନା ଦେଇଛନ୍ତି ଯେ, ମୁଁ ସୁରକ୍ଷିତ ଅଛି । ମୋ କ୍ଲବର ସଦସ୍ୟ ମୋର ସହଯୋଗ କରୁଛନ୍ତି । ସେ ମୋର ଭୋଜନ ଓ ଆବଶ୍ୟକ ଜିନିଷର ପ୍ରବନ୍ଧନ କରି ଦେଉଛନ୍ତି । ଏଥିସହ ସ୍ବଦେଶରୁ ମିଳୁଥିବା ସମର୍ଥନରୁ ଖୁସି ଅଛି । ମୋ କୋଚ୍ ଓ ସଂଘର ଅଧିକାରୀ କ୍ରମାଗତ ଭାବେ ମୋର ସଂମ୍ପର୍କରେ ଅଛନ୍ତି । ମତେ 11 ମେ'ର ଟିକେଟ ମିଳିଛି । ଆଶା ଅଛି ସେତେବେଳକୁ ସ୍ଥିତି ସାମାନ୍ୟ ହୋଇ ଯାଇଥିବା ଓ ସ୍ବଦେଶକୁ ଫେରି ଆସିବି । ଆହୁରି ମଧ୍ୟ ସେ କହିଛନ୍ତି, ମୁଁ ଦିନ ସାରା ଘରେ ରହୁଛି ଓ ନିଜେ ଖାଇବା ରାନ୍ଧୁଛି । ଜାପନର ଅନ୍ୟ 3 ଝିଅ ବି ମୋ ସହ ଅଛନ୍ତି ।