ନୂଆଦିଲ୍ଲୀ: ଆସନ୍ତା ବର୍ଷ ନିଶ୍ଚୟ ହେବ ଟୋକିଓ ଅଲମ୍ପିକ୍ସ । ଏନେଇ ଦୃଢ ଆଶାବାଦୀ ଅଛନ୍ତି ଯୁବ ଭାରତୀୟ ମହିଳା ପିସ୍ତଲ ସୁଟର ମନୁ ଭାକର । ଅଲମ୍ପିକ ପାଇଁ ସେ ପ୍ରସ୍ତୁତି ଜାରି ରଖିଛନ୍ତି । ସମଗ୍ର ବିଶ୍ବ ଏକ କଠିନ ସମୟ ଦେଇ ଗତି କରୁଛି । ତେବେ ଶିଘ୍ର ଏହାର ସମାପ୍ତ ହେବ ଓ ସ୍ଥିତି ସ୍ବାଭାବିକ ହେବା ନେଇ ସେ ଆଶାବାଦୀ ଅଛନ୍ତି ।
ଆସନ୍ତାବର୍ଷ ଟୋକିଓ ଅଲମ୍ପିକ୍ସ ନେଇ ଆଶାବାଦୀ: ସୁଟର ମନୁ ଭାକର
ଆସନ୍ତା ବର୍ଷ ନିଶ୍ଚୟ ହେବ ଟୋକିଓ ଅଲମ୍ପିକ୍ସ । ଏନେଇ ଦୃଢ ଆଶାବାଦୀ ଅଛନ୍ତି ଯୁବ ଭାରତୀୟ ମହିଳା ପିସ୍ତଲ ସୁଟର ମନୁ ଭାକର ।
ଆସନ୍ତାବର୍ଷ ଟୋକିଓ ଅଲମ୍ପିକ୍ସ ନେଇ ଆଶାବାଦୀ: ସୁଟର ମନୁ ଭାକର
ଚଳିତ ବର୍ଷ ଜୁଲାଇ 24ରେ ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସ ଗେମ୍ସ ଅନୁଷ୍ଠିତ ହେବା ନେଇ ସୂଚୀ ରହିଥିଲା । ମାତ୍ର ମହାମାରୀ କୋରୋନା ଭାଇରସ ସଂମକ୍ରଣ ଭୟ ଓ ବିମାନ କଟକଣା ସହ ଲକଡାଉନ ଯୋଗୁଁ, ଏହି ମେଗା ଇଭେଣ୍ଟକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଛି ।
ଭାରତୀୟ ସୁଟର ଟିମ ଦମଦାର ଫର୍ମରେ ରହିଛନ୍ତି । ଓ ଅଲମ୍ପିକ୍ସରେ ଭଳ ପ୍ରଦର୍ଶନ ପାଇଁ ମଧ୍ୟ ମନୁ ଭାକର କହିଛନ୍ତି । ISSF ସୁଟିଂ ବିଶ୍ବକପ, କମନୱେଲ୍ଥ ଗେମ ଓ ୟୁଥ ଅଲମ୍ପିକ୍ସରେ ମନୁ ଭାକର ସଫଳତା ହାସଲ କରିଥିଲେ ।