କଟକ: ସ୍ଥାନୀୟ ଜବାହାଲାର ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା 21ତମ ରାଜ୍ୟଗୋଷ୍ଠୀ ଟେବୁଲଟେନିସ ପ୍ରତିଯୋଗିତାରେ ବିଜୟ ହୋଇ ସ୍ବର୍ଣ୍ଣ ଜିତିଛି ଭାରତୀୟ ମହିଳା ଦଳ । ଏହି ଅବସରରେ ଆମ ପ୍ରତିନିଧି ଭାରତୀୟ ମହିଳ ଦଳର ଖେଳାଳି ମାଧୁରିକା ପାଟକରଙ୍କ ସହ କଥା ହୋଇ ମ୍ୟାଚ ବିଷୟରେ ପଚାରି ବୁଝିଥିଲେ ।
'ଅଦ୍ଭୁତ କଟକର କ୍ରାଉଡ'
ଭାରତୀୟ ମହିଳ ଦଳର ଖେଳାଳି ମାଧୁରିକା ପାଟକରଙ୍କ ସହ ସିଧାକଥା ହୋଇଥିଲେ ଆମ କଟକ ପ୍ରତିନିଧି ।
ଫଟୋ ସୌଜନ୍ୟ- ସମ୍ବାଦଦାତା କଟକ
ଅର୍ଚ୍ଚନାଙ୍କ କହିବା କଥା, କଟକର ଘରୋଇ ପରିବେଶ ମ୍ୟାଚକୁ ଆହୁରି ସହଜ ବନାଇ ଦେଇଥିଲା । ଷ୍ଟାଡିୟମରେ ଥିବା ଏହି କୁନିକୁନି ପିଲା ଆମକୁ ବହୁତ ଉତ୍ସାହିତ କରୁଥିଲେ । ମ୍ୟାଚ 3-0ରେ ଶେଷ ହୋଇଥିଲେ ମଧ୍ୟ ବିପକ୍ଷ ଇଂଲଣ୍ଡ ଦଳ ଖୁବ ଶକ୍ତିଶାଳୀ ଥିଲା । ଅଧିନାୟିକା ମୋନିକା ବାତ୍ରାଙ୍କ ଦମଦାର ଇଂନିସ ପରେ ଖେଳ ଭାରତୀୟ ଦଳ ପକ୍ଷରେ ଆସିଥିଲା । ମୋନିକାଙ୍କ ଇଂନିସ ପରେ ଆମକୁ ଏତେ କଷ୍ଟ କରିବରକୁ ପଡିନଥିଲା ବୋଲି କହିଥିଲେ ମାଧୁରିକା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ