କଟକ: 21ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଶେଷ ଦିନରେ ପହଞ୍ଚିଛି । ତେବେ ଶେଷ ଦିନରେ ମଧ୍ୟ ଚମତ୍କାର ପ୍ରଦର୍ଶନ ଦେଖାଇଛନ୍ତି ଭାରତୀୟ ଖେଳାଳି । ପୁରୁଷ ଡବଲ୍ସ ଇଭେଣ୍ଟରେ ଭାରତର ମାନବ ଠକର ଓ ଆନଥୋନି ଅମଲରାଜ ଯୋଡି ଚାମ୍ପିଅନ ହୋଇ ସ୍ବର୍ଣ୍ଣ ହାତେଇଛନ୍ତି । ସେହିପରି ମହିଳା ଡବଲ୍ସରେ କ୍ରିତ୍ଵିକା ସିହ୍ନା ରାୟ ଓ ପି ସହଶ୍ର ବୁଦ୍ଧି ଚାମ୍ପିଆନ ହୋଇ ସ୍ବର୍ଣ୍ଣ ପଦକ ଜିତଛନ୍ତି ।
ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଡବଲ୍ସ ଇଭେଣ୍ଟରେ ଭାରତର ଦବଦବା - ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ
21ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଶେଷ ଦିନରେ ପହଞ୍ଚିଛି । ଶେଷ ଦିନରେ ମଧ୍ୟ ଚମତ୍କାର ପ୍ରଦର୍ଶନ ଦେଖାଇଛନ୍ତି ଭାରତୀୟ ଖେଳାଳି ।
![ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଡବଲ୍ସ ଇଭେଣ୍ଟରେ ଭାରତର ଦବଦବା](https://etvbharatimages.akamaized.net/etvbharat/prod-images/768-512-3914898-thumbnail-3x2-dcc.jpg)
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ
ତେବେ ଫାଇନାଲରେ ମାନବ ଠକର ଓ ଆନଥୋନି ଅମଲରାଜଙ୍କ ଯୋଡି ଭାରତର ଶରତ କମଲ ଓ ଜି ସତିଆନ ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି । ସେହିପରି ମହିଳା ଡବଲ୍ସରେ କ୍ରିତ୍ଵିକା ସିହ୍ନା ରାୟ ଓ ପି ସହଶ୍ର ବୁଦ୍ଧିଙ୍କ ଯୋଡି ମୌସୁମୀ ପଲ ଓ ଶ୍ରୀଜା ଆକୁଲା ଯୋଡିକୁ ହରାଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ