ବର୍ମିଂହାମ:ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗୀତାରେଭାରତୀୟ ତାରକା ରେସଲର ରବି କୁମାର ଦହିଆ ପ୍ରଥମ ଥର ପାଇଁ ପଦକ ଜିତିଛନ୍ତି । ଫ୍ରିଷ୍ଟାଇଲ୍ ୫୭ କିଲୋଗ୍ରାମ ବର୍ଗର ଫାଇନାଲରେ ରବି ନାଇଜେରିଆର ଆବିକେଭନିମୋ ୱିଲସନଙ୍କୁ ୧୦-୦ ରେ ପରାସ୍ତ କରିଛନ୍ତି । କୁସ୍ତିରେ ଏହା ଭାରତ ପାଇଁ ଚତୁର୍ଥ ସ୍ୱର୍ଣ୍ଣ ପଦକ ହୋଇଥିବା ବେଳେ ଏହାକୁ ମିଶାଇ ସମୁଦାୟ ୧୦ଟି ସ୍ବର୍ଣ୍ଣ ପଦକ ଭାରତ ନାମକୁ ଆସିଛି । ଏହା ସହିତ କେବଳ କୁସ୍ତିରେ ମୋଟ ପଦକ ସଂଖ୍ୟା ଆଠକୁ ବୃଦ୍ଧି ପାଇଛି ।
ପ୍ରକାଶ ଥାଉକି ରବି କୁମାର ଦହିଆ ଟୋକିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ । କିନ୍ତୁ ଏଥର ସେ କୌଣସି ଭୁଲ କରିନାହାଁନ୍ତି । ରବିଙ୍କ ପୂର୍ବରୁ ଦୀପକ ପୁନିଆ, ବଜରଙ୍ଗ ପୁନିଆ ଏବଂ ସାକ୍ସି ମଲିକ ବର୍ମିଂହାମରେ କୁସ୍ତିରେ ସ୍ୱର୍ଣ୍ଣ ଜିତିଛନ୍ତି ।