ଓଡିଶା

odisha

ETV Bharat / sports

କୋଲନ ବକ୍ସିଂ ବିଶ୍ବକପ: 3 ସ୍ବର୍ଣ୍ଣ ସମେତ ଭାରତ ହାତେଇଲା 9 ପଦକ - ସିମ୍ରନଜିତ କୌର ସ୍ବର୍ଣ୍ଣ

ଶେଷ ହୋଇଛି ଜର୍ମାନୀରେ ଖେଳାଯାଉଥିବା କୋଲନ ବକ୍ସିଂ ବିଶ୍ବକପ । 3ଟି ସ୍ବର୍ଣ୍ଣ, 2ଟି ରୌପ୍ୟ ଓ 4ଟି ବ୍ରୋଞ୍ଜ ପଦକ ସହ ଭାରତୀୟ ବକ୍ସର ଜିତିଲେ ମୋଟ 9ଟି ପଦକ । ଅଧିକ ପଢନ୍ତୁ...

Cologne Boxing World Cup: India bags 9 medals including 3 gold
କୋଲନ ବକ୍ସିଂ ବିଶ୍ବକପ: 3 ସ୍ବର୍ଣ୍ଣ ସମେତ ଭାରତ ହାତେଇଲା 9 ପଦକ

By

Published : Dec 20, 2020, 7:07 PM IST

Updated : Dec 21, 2020, 3:16 PM IST

ହାଇଦ୍ରାବାଦ: ଶେଷ ହୋଇଛି ଜର୍ମାନୀରେ ଖେଳାଯାଉଥିବା କୋଲନ ବକ୍ସିଂ ବିଶ୍ବକପ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ବକ୍ସର ମୋଟ 9ଟି ପଦକ ହାତେଇଛନ୍ତି । ଏହାମଧ୍ୟରେ 3ଟି ସ୍ବର୍ଣ୍ଣ, 2ଟି ରୌପ୍ୟ ଓ 4ଟି ବ୍ରୋଞ୍ଜ ପଦକ ସାମିଲ ରହିଛି ।

କୋଲନ ବକ୍ସିଂ ବିଶ୍ବକପ

ଅମିତ ପଙ୍ଘଲ, ମନିଷା ମୌନ ଓ ସିମ୍ରନଜିତ କୌର 3ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଫଳରେ ଭାରତୀୟ ଆଥଲେଟଙ୍କ ୟୁରୋପରେ 67 ଦିନର ଟ୍ରେନିଂ ଓ ପ୍ରତିଯୋଗୀତା ଅଭିଯାନ ଶେଷ ହୋଇଛି ।

5ଜଣ ମହିଳା ଓ 8ଜଣ ପୁରୁଷ ବକ୍ସର କୋଲନ ବକ୍ସିଂ ବିଶ୍ବକପ ପାଇଁ ପଞ୍ଜୀକରଣ କରିଥିଲେ । କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଟ୍ବିଟ ଯୋଗେଁ ସମସ୍ତ ବିଜେତା ବକ୍ସରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅମିତ ପଙ୍ଘଲ

ମହିଳା ବିଶ୍ବ ବକ୍ସିଂ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ବିଜେତା ସିମ୍ରନଜିତ କୌର ଫାଇନାଲରେ ଘରୋଇ ଜର୍ମାନ ପ୍ରତିନ୍ଦ୍ବନ୍ଦୀ ମାୟା କ୍ଳେନହାନସଙ୍କୁ 60କିଲୋଗ୍ରାମ ବର୍ଗରେ ହରାଇ ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ସେହିପରି 57 କିଲୋଗ୍ରାମ ବର୍ଗରେ ଦୁଇ ଭାରତୀୟ ଷ୍ଟାରଙ୍କ ମଧ୍ୟରେ ଲଢେଇ ହୋଇଥିଲା । ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମନିଷା ମୌନ 3 : 2 ରେ ସାକ୍ଷୀ ଚୌଧୁରୀଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲେ । ଅନ୍ୟପଟେ ସାକ୍ଷୀ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ ।

2018 ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ଓ 2019 ASBC ଏସିଆନ ଚମ୍ପିଆନ ଅମିତ ପଙ୍ଘଲ ରାଉଣ୍ଡ ରବିନ ପ୍ରତିଯୋଗୀତାରେ 52 କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣରେ ଚମକିଥିଲେ ।

ତେବେ +91 କିଲୋଗ୍ରାମ ବର୍ଗରେ ଭାରତର ସୁପର ଓଜନିଆ ବକ୍ସର ସତୀଶ କୁମାର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଆହତ କାରଣରୁ ଫାଇନାଲରୁ ଓହରିଯାଇଥିଲେ । ଫଳରେ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।

ସୋନିଆ ଲାଥର(57 କିଲୋଗ୍ରାମ), ପୂଜା ରାନୀ(75 କିଲୋଗ୍ରାମ), ଗୌରବ ସୋଲାଙ୍କି(57 କିଲୋଗ୍ରାମ) ଓ ମହମ୍ମଦ ହୁସାମୁଦିନ(57 କିଲୋଗ୍ରାମ) ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 21, 2020, 3:16 PM IST

ABOUT THE AUTHOR

...view details