ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭାରତୀୟ ୧୮ ବର୍ଷରୁ କମ ବାଳିକା ରଗବି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଉଜବେକିସ୍ତାନର ତାସକେଣ୍ଟରେ ଅନୁଷ୍ଠିତ ଏସିଆ ରଗବି ୧୮ ବର୍ଷରୁ କମ ବାଳିକା ରଗବି ସେଭେନ ଚମ୍ପିଆନସିପ୍ ୨୦୨୧ରେ ରୌପ୍ୟ ପଦକ ବିଜୟୀ ହୋଇଛି ଭାରତୀୟ ଟିମ ।
ଭାରତୀୟ ରଗବି ଟିମର ପ୍ରାୟୋଜକ ରହିଛି ଓଡିଶା । ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ଜୁନିୟର ବାଳିକା ଟିମର ସଫଳ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ପରି ଖେଳିଥିବା ଭାରତ ଫାଇନାଲରେ UAE ଠାରୁ କଡା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୨୧-୧୭ରେ ପରାସ୍ତ ହୋଇ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା ।