ଭୁବନେଶ୍ବର: ଶେଷ ହେଲା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା । ପ୍ରଥମଥର ପାଇଁ ଭାରତ ସରକାରଙ୍କ କ୍ରୀଡାମନ୍ତ୍ରଣାଳୟ ପକ୍ଷରୁ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ଆୟୋଜନ କରାଯାଇଥିଲା ।
ଖେଲୋ ଇଣ୍ଡିଆ ବିଶ୍ବବିଦ୍ଯାଳୟ କ୍ରୀଡା ପଏଣ୍ଟ ତାଲିକା ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଓଡିଶା ରହିଥିଲା । ଫେବୃଆରୀ 22ରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା । 9 ଦିନ ଧରି ଖେଳାଯାଇଥିବା ଏହି ପ୍ରତିଯୋଗିତାର ଆଜି ସମାପନ ହୋଇଛି । ସମାପନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡା ମନ୍ତ୍ରୀ ଶ୍ରୀଯୁକ୍ତ କିରଣ ରିଜିଜ୍ଜୁ, ଉପସ୍ଥିତ ରହି ଚମ୍ପିଆନ ଟିମକୁ ସମ୍ବର୍ଦ୍ଧିତ କରିଥିଲେ ।
ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାର ପ୍ରଥମ ସଂସ୍କରଣରେ ଦଳଗତ ଭାବେ ଚମ୍ପିଆନ ହୋଇଛି ପଞ୍ଜାବ ବିଶ୍ବବିଦ୍ୟାଳୟ । ଓଡିଶାର କିଟ୍ ବିଶ୍ବବିଦ୍ୟାଳୟ, କଳିଙ୍ଗ ଷ୍ଟାଡିୟମ ଓ କଟକ ଇଣ୍ଡୋର ଷ୍ଟାଡିୟମରେ ଖେଳା ଯାଉଥିବା 17 ଟି ଖେଳ ରେ ପ୍ରାୟ ହଜାର ପ୍ରତିଯୋଗି ଭାଗ ନେଇଥିଲେ ।
ପଞ୍ଜାବ ବିଶ୍ବବିଦ୍ୟାଳୟର କ୍ରୀଡ଼ାବିତ ମାନେ ସର୍ବୋତ୍ତମ ଖେଳ ପ୍ରଦର୍ଶନ କରିଛନ୍ତି । 17 ସ୍ବର୍ଣ୍ଣ, 19 ରୌପ୍ୟ ଓ 10 ବ୍ରୋଞ୍ଜ ପଦକ ସହ ସମୁଦାୟ 46ଟି ପଦକ ହାସଲ କରି ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛି ପଞ୍ଜାବ ବିଶ୍ବବିଦ୍ୟାଳୟ । ସାବିତ୍ରୀବାଇ ଫୁଲେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ 17 ସ୍ବର୍ଣ୍ଣ,11 ରୌପ୍ୟ ଓ 9 ବ୍ରୋଞ୍ଜ ପଦକ ସହ ସମୁଦାୟ 37 ପଦକ ପାଇ ଦ୍ଵିତୀୟ ସ୍ଥାନ ଅକ୍ତିଆର କରଛନ୍ତି । ସେହପରି ପଞ୍ଜାବ ବିଶ୍ବବିଦ୍ୟାଳୟ ପଟିଆଲାର ଛାତ୍ରଛାତ୍ରୀ ମାନେ 13 ସ୍ବର୍ଣ୍ଣ, 6 ରୌପ୍ୟ ଓ 14 ବ୍ରୋଞ୍ଜ ପଦକ ସହ ସମୁଦାୟ 33 ପଦକ ପାଇ ତୃତୀୟ ସ୍ଥାନ ହାସଲ କରିଛନ୍ତି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ