ଦୋହା: ଭାରତକୁ ମିଳିଲା ଆଉ ଏକ ଅଲମ୍ପିକ କୋଟା । ଏହି ଯୋଗ୍ୟତା ହସଲ କରିଛନ୍ତି ଭାରତୀୟ ସୁଟର ଚିଙ୍କି ଯାଦବ । 2020 ଟୋକିଓ ଗ୍ରୀଷ୍ମ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଚିଙ୍କି । ଏଠାରେ ଚାଲିଥିବା 14 ତମ ଏସିଆନ୍ ଚମ୍ପିଆନସିପ୍ର 25ମିଟର ପିସ୍ତଲ ସୁର୍ଟିଂ ଇଭେଣ୍ଟର ଫାଇନାଲକୁ ଉତ୍ତୀନ୍ନ ହୋଇ ଅଲମ୍ପିକ ଟିକେଟ ହାତେଇଛନ୍ତି ।
ଭାରତକୁ 11ତମ ଅଲମ୍ପିକ କୋଟା - Chinki yadav secure Tokyo Olympic Quota
2020 ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଭାରତୀୟ ସୁଟର ଚିଙ୍କି ଯାଦବ ।
![ଭାରତକୁ 11ତମ ଅଲମ୍ପିକ କୋଟା](https://etvbharatimages.akamaized.net/etvbharat/prod-images/768-512-5006083-thumbnail-3x2-asbas.jpg)
ଭାରତକୁ 11ତମ ଅଲମ୍ପିକ କୋଟା
ତେବେ ସେ 11ତମ ଭାରତୀୟ ଖେଳାଳି ଭାବେ ଅଲମ୍ପିକରେ ପହଁଚି ପାରିଛନ୍ତି । ଯୋଗ୍ୟତା ପର୍ଯ୍ୟାୟରେ ଚିଙ୍କି ଗୋଟିଏ ସୁଟ୍ରେ 100 ପଏଣ୍ଟ ହାସଲ କରିଥିଲେ । ଏହି 100 ପଏଣ୍ଟ ସହ ଯୋଗ୍ୟତା ପର୍ଯ୍ୟାୟରେ ସେ ମୋଟ 588 ପଏଣ୍ଟ ସ୍କୋର କରିଥିଲେ । ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିବା ଚିଙ୍କିଙ୍କ ଠାରୁ ଅଧିକ ଦୁଇ ପଏଣ୍ଟ ସ୍କୋର କରି ଥାଇଲ୍ୟାଣ୍ଡର ନାଫାସୱନ ୟଙ୍ଗପାଇବୁନ ପ୍ରଥମ ସ୍ଥାନରେ ରହିଛନ୍ତି ।