ଓଡିଶା

odisha

ETV Bharat / sports

ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନ; ଫାଇନାଲରେ ସାତ୍ତ୍ବିକ-ଚିରାଗ - ସାତ୍ତ୍ବିକ ଚିରାଗ ଚାଇନା ମାଷ୍ଟର୍ସ ଫାଇନାଲରେ

ଚୀନରେ ଚାଲିଥିବା ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନ ଫାଇନାଲରେ ପ୍ରବେଶ କରିଛନ୍ତି ସାତ୍ତ୍ବିକ -ଚିରାଗ ଯୋଡି । ଅଧିକ ପଢନ୍ତୁ

ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନ
China Masters Badminton

By ETV Bharat Odisha Team

Published : Nov 26, 2023, 7:42 AM IST

ଶେନଝେନ(ଚୀନ):ବ୍ୟାଡମିଣ୍ଟନରେ ଭାରତୀୟ ସଟଲରଙ୍କ ଦମଦାର ପ୍ରଦର୍ଶନ । ଚୀନରେ ଚାଲିଥିବା ଚାଇନା ମାଷ୍ଚର୍ସ ସୁପର 750 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ସାତ୍ତ୍ବିକ ଚିରାଗ ଯୋଡି ଫାଇନାଲରେ ପ୍ରବେଶ କରିଛନ୍ତି । ସେମିଫାଇନାଲରେ ଆଧିପତ୍ୟ ବିସ୍ତାର କରି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଫାଇନାଲରେ ପ୍ରବେଶ କରିଛନ୍ତି । ସେମିରେ ଭାରତୀୟ ଯୋଡି ଚୀନ ଯୋଡିଙ୍କୁ ପରାସ୍ତ କରି ଫାଇନାଲ ଟିକେଟ ହାତେଇଛନ୍ତି ।

ଶନିବାର ଅନୁଷ୍ଠିତ ସେମି ଫାଇନାଲରେ ଚୀନ ଯୋଡି ହି ଜି ଚିଙ୍କ-ରେନ୍ ଜିଆଙ୍ଗ ୟୁ ଯୋଡିଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍‌ ଜିତିବାକୁ ଟପ୍ ସିଡ୍‌ ସାତ୍ତ୍ବିକ-ଚିରାଗ ଯୋଡ଼ିଙ୍କୁ 50 ମିନିଟ୍ ସମୟ ଲାଗିଥିଲା । ଚଳିତ ବର୍ଷ ଉଭୟ ଚତୁର୍ଥ ଥର ପାଇଁ ବିଡବ୍ଲୁଏଫ ବିଶ୍ବ ଟୁର୍‌ ଫାଇନାଲରେ ପ୍ରବେଶ କରିଛନ୍ତି । ଏସିଆ ଚମ୍ପିଆନସିପ୍‌, ଇଣ୍ଡୋନେସିଆ ସୁପର 1000, କୋରିଆ ସୁପର 500, ସ୍ବିସ୍ ଓପନ ସୁପର 300 ଟାଇଟଲ ଜିତିଥିଲେ ଏହି ଯୋଡି । ଏସୀୟ କ୍ରୀଡାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନ ଯୁଗଳ ପ୍ରତିଯୋଗିତା ସେମିଫାଇନାଲ ମୁକାବିଲାରେ ଶ୍ରେଷ୍ଠ ସିଡ ମାନ୍ୟତା ପାଇଥିବା ଏହି ଯୋଡି ଚୀନ ଯୋଡି 21-16, 22-20ରେ ବେ ଜି ଟିଙ୍ଗ ଓ ରେନ ଜିଆଙ୍ଗ ୟୁଙ୍କୁ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛନ୍ତି । ଚଳିତ ବର୍ଷ ଏହି ଯୋଡି 7ଟି ସେମିରୁ 6ଟିରେ ବିଜୟ ହାସଲ କରିଛନ୍ତି । ସେମିଫାଇନାଲ ପ୍ରଥମ ଗେମ ଏକତରଫା ହୋଇଥିଲା । ଦ୍ବିତୀୟ ଗେମରେ କଡା ସଂଘର୍ଷ ହୋଇଥିଲା । ଟାଇଟଲ ଟକ୍କରରେ ଏହି ଯୋଡି ଚୀନର ଚେନ ବୋୟାଙ୍ଗ/ଲିୟୁ ୟି କିମ୍ବା ଲିଆଙ୍ଗ ୱେଇକେଙ୍ଗ/ ୱାଙ୍ଗ ଚାଙ୍ଗଙ୍କୁ ଭେଟିବେ ।

ଏହା ବି ପଢନ୍ତୁ...Asian Games 2023: ପୁରୁଷ ଡବଲ୍ସ ବ୍ୟାଟମିଣ୍ଟନରେ ଭାରତକୁ ସ୍ବର୍ଣ୍ଣ

ଏହା ବି ପଢନ୍ତୁ...Badminton Asia Championships: ସ୍ବର୍ଣ୍ଣ ଜିତିଲେ ସାତ୍ତ୍ବିକ-ଚିରାଗ ଯୋଡି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରକାଶ ଥାଉ କି, ଗତ ମେ ମାସରେ ଏସିଆ ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ ଏହି ଯୋଡ଼ି । ମାଲେସିଆ ଯୋଡ଼ିଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଥିଲେ । ଏହା ସହିତ ମାର୍ଚ୍ଚ ମାସରେ ଅନୁଷ୍ଠିତ ସ୍ବିସ୍‌ ଓପନ୍‌ ଡବଲ୍ପ ଚମ୍ପିଆନ ହୋଇଥିଲେ । ବ୍ୟାଡମିଣ୍ଟନ ୱାର୍ଲ୍ଡ ମାନ୍ୟତାରେ ଏହି ଯୋଡି ତୃତୀୟ ସ୍ଥାନରେ ରହିଛନ୍ତି । ଗତମାସରେ ଅନୁଷ୍ଠିତ ହୋଇଥିବା 19ତମ ଏସୀୟ କ୍ରୀଡାରେ ଏହି ଯୋଡି ସ୍ବର୍ଣ୍ଣ ପଦକ ଜିତିଥିଲେ ।

ABOUT THE AUTHOR

...view details