ଓଡିଶା

odisha

ETV Bharat / sports

୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ - କଳିଙ୍ଗ ଷ୍ଟାଡିୟମରୁ ଇଣ୍ଡୋର ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ

ନୂଆବର୍ଷ ପୂର୍ବରୁ କ୍ରୀଡା ଓ ରାଜ୍ୟର କ୍ରୀଡ଼ାବିତ୍‌ଙ୍କୁ ନବୀନଙ୍କ ନୂଆବର୍ଷ ଭେଟି । ବିଭିନ୍ନ ଜିଲ୍ଲାରେ କ୍ରୀଡ଼ା ପ୍ରକଳ୍ପ ସମୂହର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

By

Published : Dec 16, 2021, 10:42 PM IST

ଭୁବନେଶ୍ବର:ରାଜ୍ୟରେ କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶର ଜୟଯାତ୍ରା ଜାରି ରହିଛି । 2020 ଭଳି 2021 ମଧ୍ୟ ହେବ କ୍ରୀଡ଼ାବିତ୍‌ଙ୍କ ବର୍ଷ । କଳିଙ୍ଗ ଷ୍ଟାଡିୟମରୁ ରାଉରକେଲାର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଅନୁଗୁଳ ସୁଇମିଂ ପୁଲ୍‌, ବାରିପଦା ସୁଇମିଂ ପୁଲ୍‌, କଳିଙ୍ଗ ଷ୍ଟାଡିୟମର ନୂତନ ଛାତ୍ରାବାସ ଓ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲ୍‌କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ୮୯ଟି ଇଣ୍ଡୋର୍‌ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । 50 ଟି କ୍ଷେତ୍ରରେ ଖୁବଶୀଘ୍ର କାମ ଆରମ୍ଭ ହେବ । ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଇଣ୍ଡୋର୍‌ ଷ୍ଟାଡିୟମ ନିର୍ମାଣ ବର୍ଷକ ମଧ୍ୟରେ ଶେଷ ହେବ ।

୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଏହି ଭିତ୍ତିପ୍ରସ୍ତର ଷ୍ଟାଡିୟମ ନିର୍ମାଣ ପାଇଁ ପୂର୍ବରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ କ୍ୟାବିନେଟ ବି ଏଥିରେ ମୋହର ମାରିଥିଲା । ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍‌, ଭାର ଉତ୍ତୋଳନ ଭଳି କ୍ରୀଡ଼ାର ବ୍ୟବସ୍ଥା ରହିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କ ପାଇଁ ସାହାରା ପାଲଟିବ ଇଣ୍ଡୋର୍‌ ଷ୍ଟାଡିୟମ । ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକ୍ରମ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି ।
ଏହି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରାଜ୍ୟର ପ୍ରମୁଖ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି ନବୀନ । ବିଶେଷ କରି ଇଣ୍ଡୋର୍‌ ସୁଇମିଂ ପୁଲ୍‌, ଇଣ୍ଡୋର ଆଥଲେଟିକ୍ସ ଟ୍ରାକ୍‌ ରହିଛି । ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ଯୋଗୁଁ ଲ୍ୟାଣ୍ଡ ମାର୍କ କଳିଙ୍ଗ ଷ୍ଟାଡିୟମ ବିଭିନ୍ନ କ୍ରୀଡ଼ାର ଅଗ୍ରଣୀ ସ୍ଥାନ ଭାବରେ ପରିଣତ କରିବ । ଏହି କାର୍ଯ୍ୟକ୍ରମରେ କ୍ରୀଡା଼ ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉନ୍ନୟନ କମିଶନର ପି.କେ ଜେନା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପଣ୍ଡିଆନ, କ୍ରୀଡ଼ା ସଚିବ ଆର ଭିନେଲ କ୍ରୀଷ୍ଣ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details