ଚେନ୍ନାଇ: ଅଲମ୍ପିଆନ ପିଟି ଉଷା(PT Usha)ଙ୍କ ନାମରେ ସଙ୍ଗୀନ ଅଭିଯୋଗ । IPCର ଧାରା 420(ଠକେଇ ଓ କର୍ତ୍ତବ୍ୟରେ ଅବହେଳା) ଅଭିଯୋଗରେ ଭେଟେରାନ ଅଲମ୍ପିଆନଙ୍କ ନାମରେ ମାମଲା ରୁଜୁ ହୋଇଛି । ଜେମ୍ମା ଜୋସେଫ ନାମଙ୍କ ଜଣେ ପୂର୍ବତନ ଆଥଲେଟ୍ ଥାନାରେ ଏହି ଅଭିଯୋଗ କରିଛନ୍ତି ।
ଜଣେ ବିଲ୍ଡରଙ୍କ ସମେତ ତାଙ୍କୁ ଠକିଥିବା ଅଭିଯୋଗରେ ଜେମ୍ମା ଜୋସେଫ ଦର୍ଶାଇଛନ୍ତି । ଅଭିଯୋଗ ଅନୁଯାୟୀ, କାଜିକୋଡ୍ ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଠାରୁ 1,012 ସ୍କ୍ବାୟର ଫୁଟ୍ର ଏକ ପ୍ଲଟ୍ ପିଟି ଉଷାଙ୍କୁ ଗ୍ୟାରେଣ୍ଟି ରଖି କିଣିଥିଲେ । ଏହି ପ୍ଲଟ୍ର ଦାମ ଥିଲା 46 ଲକ୍ଷ ଓ କିସ୍ତିରେ ସେ ଏହି ଟଙ୍କା ଶୁଝିଥିଲେ । ମାତ୍ର ଜେମ୍ମା ଅଭିଯୋଗ କରିଛନ୍ତି ଯେ ବିଲ୍ଡର ଜଣଙ୍କ ପ୍ଲଟ୍ର ପଞ୍ଜୀକରଣ ତାଙ୍କ ନାମରେ କରିବାକୁ ବିଳମ୍ବ କରୁଛନ୍ତି ।