ନୂଆଦିଲ୍ଲୀ:ଜାତୀୟ ଅଲମ୍ପିକ ସଂଘର ସଭପତି ନରିନ୍ଦର ବାତ୍ରାଙ୍କ ବିରୋଧରେ ତଦନ୍ତ ଆରମ୍ଭ କଲା CBI । ସେ ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କାର ଦୁରୁପଯୋଗ ବା ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ନରିନ୍ଦର ବାତ୍ରା ଏହି ଟଙ୍କା ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।
ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ହକି ଦଳର ଖରାପ ପ୍ରଦର୍ଶନ ପରେ ହକି ଇଣ୍ଡିଆ ଓ ନରିନ୍ଦର ବାତ୍ରା ମଧ୍ୟରେ ଏକ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ହକି ଇଣ୍ଡିଆ ବ୍ୟାପାରରେ ନରିନ୍ଦର ବାତ୍ରାଙ୍କ ଅତ୍ୟଧିକ ହସ୍ତକ୍ଷେପ କରିବା ନେଇ ପ୍ରଶ୍ନ କରିଥିଲେ ଭାରତୀୟ ଅଲମ୍ପିଆନ ଅସଲାମ ଶେର ଖାନ ।