ଭୁବନେଶ୍ବର: ସେକ୍ରେଟେରିଏଟ ରିକରେସନ କ୍ଲବ ଠାରେ ଦୁଇ ଦିନିଆ ଏଲ ଆଇ ପରିଜା ସ୍ମାରକୀ ବ୍ରିଜ ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି। ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତାରେ 18ଟି ଟିମରେ ପ୍ରାୟ 108 ଜଣ ପ୍ରତିଯୋଗୀଙ୍କୁ ନେଇ ଏହି ଖେଳ ଖେଳା ଯାଉଥିବା ଜଣାଯାଇଛି।
ଭୁବନେଶ୍ବରରେ ରାଜ୍ଯସ୍ତରୀୟ ବ୍ରିଜ ଟୁର୍ଣ୍ଣାମେଣ୍ଟ ଆରମ୍ଭ - ବ୍ରିଜ ପ୍ରତିଯୋଗିତା ଉଦ୍ଘାଟିତ
ଓଡିଶା ବ୍ରିଜ ସଙ୍ଘ ତରଫରୁ ଆୟୋଜିତ ହେଉଥିବା ଦୁଇ ଦିନିଆ ଏଲ ଆଇ ପରିଜା ସ୍ମାରକୀ ବ୍ରିଜ ପ୍ରତିଯୋଗିତାରେ 18ଟି ଟିମରେ ପ୍ରାୟ 108 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି ।
bridge tournament
ଓଡିଶା ବ୍ରିଜ ସଙ୍ଘ ତରଫରୁ ଆୟୋଜିତ ହେଉଥିବା ଏହି ଉତ୍ସବକୁ ଅବସରପ୍ରାପ୍ତ ପ୍ରଶାସକ ପ୍ରସନ୍ନ କୁମାର ହୋତା, ଶୁଭେନ୍ଦୁ ପଟ୍ଟନାୟକ ଓ ବ୍ରିଜ ସଙ୍ଘର ସମ୍ପାଦକ ତାପସ କୁମାର ବିଶ୍ବାଳ ଉଦ୍ଘାଟନ କରିଛନ୍ତି । ଆସନ୍ତାକାଲି ଏହା ଉଦ୍ଯାପିତ ହେବ ବୋଲି ସଙ୍ଘର ସମ୍ପାଦକ ପ୍ରକାଶ କରିଛନ୍ତି। ତେବେ ଏହି ପ୍ରତିଯୋଗିତାରେ 6ଟି ଦଳକୁ ପୁରସ୍କୃତ କରାଯିବ । ତେବେ ଏହି ଖେଳ ଅଲମ୍ପିକ ଓ ଏସିଆନ ଗେମରେ ପହଞ୍ଚି ଥିବାବେଳେ ଲୋକମାନଙ୍କ ନିକଟରେ ଏହାକୁ ଆହୁରି ପରିଚିତ କରାଇବା ପାଇଁ ଉଦ୍ୟମ ହେଉଥିବା ସେ କହିଛନ୍ତି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ