ପ୍ୟାରିସ: ଅନ୍ତର୍ଜାତୀୟ ଅଲମ୍ପିକ କମିଟି(IOC) 2024 ପ୍ୟାରିସ ଅଲମ୍ପିକ ଗେମରେ ବ୍ରେକଡ୍ୟାନ୍ସକୁ ସାମିଲ କରିଛି । ପ୍ୟାରିସ 2024 ଅଲମ୍ପିକ ଆୟୋଜକ କମିଟି ପକ୍ଷରୁ ଅତିରିକ୍ତ କ୍ରୀଡା ଇଭେଣ୍ଟ ଭାବେ ସ୍ପୋର୍ଟ କ୍ଳାଇମ୍ବିଂ, ସ୍କେଟବୋର୍ଡିଂ, ସର୍ଫିଂ ଓ ବ୍ରେକଡ୍ୟାନ୍ସିଂକୁ ଅନୁମୋଦନ ପ୍ରଦାନ କରିଛି ।
ତେବେ ଏହି ସଂସ୍କରଣର ଅଲମ୍ପିକରେ ଲିଙ୍ଗ ଗତ ସମାନତାକୁ ଅଧିକ ଗୁରୁତ୍ବ ଦିଆଯାଇଛି । ଏଥିସହିତ 2024 ଅଲମ୍ପିକର ମୂଲ୍ୟ ଜଟିଳତାକୁ କମ କରିବାକୁ ପ୍ରୟାସ କରାଯାଇଛି ।