ସାଓପାଓଲୋ: ବର୍ଷ ଶେଷ ହେବା ବେଳକୁ କ୍ରୀଡା ଜଗତ ପାଇଁ ଏକ ଦୁଃଖ ଖବର ଆସିଛି । ଗୋଟିଏ ଯୁଗର ଅବସାନ ଘଟିଛି । 3 ଥର ବିଶ୍ବକପ ବିଜେତା ଫୁଟବଲ କିମ୍ବଦନ୍ତୀ ପେଲେଙ୍କ ପରଲୋକ ହୋଇଛି ( brazils footballer pele passes away ) । କ୍ୟାନ୍ସରରେ ପୀଡିତ ପେଲେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ବ୍ରାଜିଲ ଫୁଟବଲ ରାଜା ପେଲେ 82 ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି । ଗତବର୍ଷ ସେପ୍ଟେମ୍ବର 21 ତାରିଖରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ଫୁଟବଲ କ୍ୟାରିଅରରେ ଅନେକ କିର୍ତ୍ତୀମାନ ସ୍ଥାପନ କରିଛନ୍ତି ଏହି ତାରକା । ଗତ କିଛି ଦିନ ହେବ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଶତାଦ୍ଦୀର ଏହି ମହାନ ଫୁଟବଲ ଖେଳାଳିଙ୍କ ବିୟୋଗରେ ସାରା ବିଶ୍ବ ସ୍ତବ୍ଧ ହୋଇଯାଇଛି ।
ପେଲେଙ୍କ ପ୍ରକୃତ ନାମ ଏଡସନ ଆରାଣ୍ଟେସ ଡୁ ନାସକୋମେଣ୍ଟୋ । ପେଲେ ତାଙ୍କ 21 ବର୍ଷ କ୍ୟାରିଅରରେ ବ୍ରାଜିଲ ପାଇଁ 92 ମ୍ୟାଚରେ ପ୍ରତିନିଧିତ୍ବ କରିଥିଲେ । ଯେଉଁଥିରେ ସେ 77ଟି ଗୋଲସ୍କୋର କରିଥିଲେ । ସେହିପରି ବିଶ୍ବକପର ଏକମାତ୍ର ଖେଳାଳି ଭାବେ 3ଥର ଫିଫା ବିଶ୍ବକପ ଟ୍ରଫି ଜିତିବାର ବିରଳ ରେକର୍ଡ ତାଙ୍କ ନାମରେ ରହିଛି । 1958, 1862 ଓ 1970 ମହିହାରେ ଫିଫା ବିଶ୍ବକପ ବିଜୟୀ ଦଳର ସଦସ୍ୟ ଥିଲେ ପେଲେ । 2000 ମସିହାରେ ବିଶ୍ବ ଫୁଟବଲ ସର୍ବୋଚ୍ଚ ସଂସ୍ଥା ପିଫା ପକ୍ଷରୁ ତାଙ୍କୁ ଶତାଦ୍ଦୀର ଶ୍ରେଷ୍ଠ ଫୁଟବଲ ଖେଳାଳି ଭାବେ ବିବେଚିତ କରାଯାଇଥିଲା । 1958 ବିଶ୍ବକପ ଖେଳିବା ସମୟରେ ତାଙ୍କୁ 17 ବର୍ଷ ହୋଇଥିଲା । ବିଶ୍ବର ସର୍ବକନିଷ୍ଠ ଖେଳାଳି ଭାବେ ସେ ଫିଫା ବିଶ୍ବକପ ଫାଇନାଲରେ ଖେଳିବାର ରେକର୍ଡ ବହନ କରିଥିଲେ ପେଲେ । 1985 ମସିହାରେ ସ୍ବିଡେନରେ ପ୍ରଥମ ବିଶ୍ବକପ ଖେଳିଥିଲେ । ପେଲେଙ୍କ ରେକର୍ଡ ଅବର୍ଣ୍ଣନୀୟ । ଅଦ୍ଭୂତ ଓ ବିଚକ୍ଷଣ କ୍ରୀଡା ଦକ୍ଷତା ପାଇଁ ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ ।
ବିବାହ ପାଇଁ ବିବାଦରେ ଥିଲେ ପେଲେ....