କୋଲନ(ଜର୍ମାନୀ): ବକ୍ସିଂ ବିଶ୍ବକପରେ ଭାରତୀୟ ଷ୍ଟାର ବକ୍ସର ଅମିତ ପଙ୍ଘଲଙ୍କ କମାଲ । 52 କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଏହି ଭାରତୀୟ ବକ୍ସର । ଶନିବାର କୋଲନ ବିଶ୍ବକପରେ ଜର୍ମାନୀର ଅର୍ଗିସ୍ତି ତେରତାୟନଙ୍କୁ ହରାଇ ଏହି ସଫଳତା ହାସଲ କରିଛନ୍ତି ଅମିତ ।
ସେହିପରି ସତୀଶ କୁମାର 91+ ବର୍ଗରେ ସେମିଫାଇନାଲରେ ଆହତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ଆହତ ହେବାପରେ ଫାଇନାଲ ମ୍ୟାଚରୁ ଓହରି ଯାଇଥିଲେ ସତୀଶ । ଫାଇନାଲ ମ୍ୟାଚରୁ ଓହରିଯିବା ପାଇଁ ତାଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ ।