ଓଡିଶା

odisha

By

Published : Apr 9, 2022, 4:50 PM IST

ETV Bharat / sports

Boxing: 10 ପଦକ ସହ ଭାରତର ଥାଇଲାଣ୍ଡ ଓପନ ଅଭିଯାନ ଶେଷ

ଭାରତୀୟ ବକ୍ସର ୩ ଟି ସ୍ବର୍ଣ୍ଣ, ୪ ଟି ରୌପ୍ୟ ଓ ୩ଟି କାଂସ୍ୟ ପଦକ ସହ ମୋଟ ୧୦ଟି ପଦକ ସହ ଥାଇଲାଣ୍ଡ ଓପନ ଅଭିଯାନ ଶେଷ କରିଛନ୍ତି । ଅଧିକ ପଢନ୍ତୁ

Boxing: Govind, Ananta, Sumit strike gold; India ends Thailand Open with 10 medals
Boxing: 10 ପଦକ ସହ ଭାରତର ଥାଇଲାଣ୍ଡ ଓପନ ଅଭିଯାନ ଶେଷ

ନୂଆଦିଲ୍ଲୀ: ଥାଇଲାଣ୍ଡ ଓପନରେ ଭାରତୀୟ ବକ୍ସର ଗୋବିନ୍ଦ ସାହାଣୀ(୪୮ କିଲୋଗ୍ରାମ), ଅନନ୍ତ ପ୍ରହ୍ଲାଦ ଚୋପଡେ(୫୪ କିଲୋଗ୍ରାମ) ଓ ସୁମିତ(୭୫ କିଲୋଗ୍ରାମ) ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ଶନିବାର ଖେଳାଯାଇଥିବା ସେମାନଙ୍କର ବାଉଟ୍‌ସରେ ବିଜୟୀ ହୋଇଛନ୍ତି । ପୂର୍ବତନ ନ୍ୟାସନାଲ ଚାମ୍ପିୟନ ସାହାଣୀ ଓ ସୁମିତ ସେମାନଙ୍କର ବାଉଟ୍‌ସରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ।

ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉଭୟ ଭାରତୀୟ ଖେଳାଳି ଦମ ଦେଖାଇଥିଲେ ଓ ଯଥାକ୍ରମେ ଲୋକାଲ ପ୍ରତିନ୍ଦ୍ବନ୍ଦ୍ବୀ ନାଥଫନ ଥୁଆମଚରୋଏନ ଓ ପିଟାପାଟ ୟିସୟଙ୍ଗନୋଏନଙ୍କୁ ୫-୦ ବ୍ୟବଧାନରେ ହରାଇଛନ୍ତି । ଅନ୍ୟପଟେ ଅନନ୍ତ ଅନ୍ୟ ଏକ ମ୍ୟାଚ୍‌ରେ ଆକ୍ରମଣତ୍ମକ ରଣନୀତିରେ ଖେଳିବା ସହ ଥାଇ ବକ୍ସର ରିଟିଆମନ ସାଏଙ୍ଗସାୱାଙ୍ଗଙ୍କୁ ହରାଇଥିଲେ ।

ତେବେ ଅମିତ ପଙ୍ଘଲ(୫୨ କିଲୋଗ୍ରାମ), ମୋନିକା(୪୮ କିଲୋଗ୍ରାମ), ବରିନ୍ଦର ସିଂ(୬୦ କିଲୋଗ୍ରାମ) ଓ ଆଶିଷ କୁମାର(୮୧ କିଲୋଗ୍ରାମ) ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ୨୦୧୯ ବିଶ୍ବ ଚାମ୍ପିୟନସିପ ରୌପ୍ୟ ବିଜେତା ପଙ୍ଘଲ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଫିଲିପାଇନ୍ସର ରୋଜେନ ଲାଡନଙ୍କ ଠାରୁ ବିବାଦୀୟ ନିଷ୍ପତି ୨-୩ରେ ପରାସ୍ତ ହୋଇଛନ୍ତି । ସେହିପରି ୮୧ କିଲୋଗ୍ରାମ ଫାଇନାଲ ମୁକାବିଲାରେ ଗତ ସଂସ୍କରଣର ୭୫ କିଲୋଗ୍ରାମ ସ୍ବର୍ଣ୍ଣ ବିଜେତା ଆଶିଷ ଭଲ ଲଢିଥିଲେ ମଧ୍ୟ କାଜଖାସ୍ତାନର ନୁରବେକ ଓରାବେଙ୍କ ଠାରୁ ୦-୫ରେ ପରାସ୍ତ ହୋଇଛନ୍ତି ।

ଅନ୍ୟପଟେ ୨୬ ବର୍ଷିୟା ମୋନିକା ଲୋକାଲ ବକ୍ସର ଚାଟମାସ ରାକସାଙ୍କ ଠାରୁ ୦-୫ରେ ପରାସ୍ତ ହେବାସହ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ । ଫଳରେ ଭାରତୀୟ ବକ୍ସର ୩ଟି ସ୍ବର୍ଣ୍ଣ, ୪ଟି ରୌପ୍ୟ ଓ ୩ଟି କାଂସ୍ୟ ପଦକ ସହ ମୋଟ ୧୦ଟି ପଦକ ସହ ଥାଇଲାଣ୍ଡ ଓପନ ଅଭିଯାନ ଶେଷ କରିଛନ୍ତି । ମନୀଷା(୫୭ କିଲୋଗ୍ରାମ), ପୂଜା(୬୯ କିଲୋଗ୍ରାମ) ଓ ଭାଗ୍ୟବତୀ କଚାରୀ(୭୫ କିଲୋଗ୍ରାମ) ଶୁକ୍ରବାର କାଂସ୍ୟ ପଦକ ବିଜେତା ହୋଇଥିଲେ ।

PTI

ABOUT THE AUTHOR

...view details