ନୂଆଦିଲ୍ଲୀ:ଫେବୃଆରୀ 3ରେ ଅନୁଷ୍ଠିତ ହେବ ଭାରତୀୟ ବକ୍ସିଂ ଫେଡେରେସନର ନିର୍ବାଚନ । ଏନେଇ ଶୁକ୍ରବାର BFI ପକ୍ଷରୁ ଘୋଷଣା କରାଯାଇଛି ।
ନିର୍ବାଚନ ସମ୍ବନ୍ଧୀୟ ମାମଲା ଦିଲ୍ଲୀର କୋର୍ଟ ଦ୍ବାରା ଶୁଣାଣି ହୋଇଥିଲା ଓ BFI ର ପ୍ରଶାସନିକ ନିର୍ଦ୍ଦେଶକଙ୍କ ପକ୍ଷରୁ ଧାର୍ଯ୍ୟ ନିର୍ବାଚନ ସୂଚୀ କୋର୍ଟ ଦ୍ବାରା ଗ୍ରହଣୀୟ ହୋଇଛି । ଏକ ଅଫିସିଆଲ ବିବୃତିରେ ଫେଡେରେସନ ପକ୍ଷରୁ ଏହା କୁହାଯାଇଛି ।