ଓଡିଶା

odisha

ETV Bharat / sports

କୋରୋନା କାରଣରୁ ସ୍ଥଗିତ ହେଲା ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ କାରଣରୁ ସ୍ଥଗିତ ହେଲା ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ । ଅଧିକ ପଢନ୍ତୁ...

Boxing federation elections postponed due to COVID-19 pandemic
କୋରୋନା କାରଣରୁ ସ୍ଥଗିତ ହେଲା ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ

By

Published : Dec 8, 2020, 7:19 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ କାରଣରୁ ସ୍ଥଗିତ ହେଲା ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ । ଡିସେମ୍ବର 18ରେ ଗୁରଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ସାଧାରଣ ବୈଠକରେ ଏହି ନିର୍ବାଚନ ହେବାନେଇ ନିର୍ଧାରିତ ହୋଇଥିଲା ।

କୁସ୍ତିଂ ମହାସଂଘ ସଭାପତି ଅଜୟ ସିଂ ସମସ୍ତ ରାଜ୍ୟ ବୋର୍ଡ ସଭାପତି ଓ ସମ୍ପାଦକଙ୍କୁ ଚିଠି ଲେଖି ଅବଗତ କରାଇଥିଲେ । ତେବେ ନିର୍ବାଚନ ପରିଚାଳନା ଦାୟିତ୍ବ ମିଳିଥିବା ଜଷ୍ଟିନ ରାଜେଶ ରାଜେଶ ଟଣ୍ଡନଙ୍କୁ ରାଜ୍ୟ ସଂଘଗୁଡିକ ପକ୍ଷରୁ ନିର୍ବାଚନ ତାରିଖ ଘୁ଼ଞ୍ଚାଇବାକୁ ଅନୁରୋଧ କରିଥିଲେ । ପରେ ଆରଓ ଏହି ଅନୁରୋଧକୁ ରକ୍ଷା କରିବା ସହ ବାର୍ଷିକ ସାଧାରଣ ବୈଠକ(ଏଜିଏମ) ଓ ନିର୍ବାଚନ ସ୍ଥଗିତ ଘୋଷଣା କରିଛନ୍ତି ।

କୋରୋନା କାରଣରୁ ସ୍ଥଗିତ ହେଲା ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ

1.12 2020ରେ ବାର୍ଷିକ ସାଧାରଣ ବୈଠକ ସହ ନିର୍ବାଚନ ଅନୁଷ୍ଠିତ ହେବାନେଇ ଧାର୍ଯ୍ୟ ହୋଇଥିଲା। ପୂର୍ବରୁ ସେପ୍ଟେମ୍ବରରେ ଏହି ନିର୍ବାଚନ ହେବାର ଥିଲା । ମାତ୍ର କୋରୋନା ଭାଇରସ କାରଣରୁ ଏହାକୁ ଡିସେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।

ସଭାପତି ପଦ ପାଇଁ ଅଜୟ ସିଂଙ୍କ ସହ ପ୍ରତିଦ୍ବନ୍ଦିତା କରିବେ ପୂର୍ବତନ ମୁମ୍ବାଇ କ୍ରିକେଟ ଆସୋସିଏସନ ସଭାପତି ତଥା ବିଜେପି ନେତା ଆଶିଷ ଶିଲର । ମହାରାଷ୍ଟ୍ର ସରକାରରେ ପୂର୍ବରୁ 48 ବର୍ଷୀୟ ଶିଲର ମନ୍ତ୍ରୀ ରହିଛନ୍ତି । ମୁମ୍ବାଇ ଜିଲ୍ଲା ଫୁଟବଲ ଆସୋସିଏସନର ପୂର୍ବତନ ଚେୟାରମ୍ୟାନ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଡିସେମ୍ବର 2ରେ ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବର୍ତ୍ତମାନ ସେ ପଶ୍ଚିମ ବାନ୍ଦ୍ରାର ବିଧାୟକ ରହିଛନ୍ତି ।

ଅନ୍ୟପଟେ ଅଜୟ ସିଂ 2016 ନିର୍ବାଚନ ପରେ, ଅନ୍ତର୍ଜାତୀୟ କୁସ୍ତି ମହାସଂଘ(AIBA)ର ସହମତିରେ ଭାରତୀୟ କୁସ୍ତି ସଂଘର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details