ନୂଆଦିଲ୍ଲୀ: ଅଲମ୍ପିକରେ ନିଜ ସ୍ଥାନ ପକ୍କା କରି ସାରିଥିବା ଭାରତୀୟ ମୁଷ୍ଟିଯୋଦ୍ଧା ବିକାଶ କ୍ରିଷ୍ଣନ ଟୋକିଓ ଅଲମ୍ପିକ୍ସ ପାଇଁ ଆମେରିକାରେ ରହି ପ୍ରଶିକ୍ଷଣ ଆରମ୍ଭ କରିବା ନେଇ ମାଗିଥିବା ଅନୁମତିକୁ ସ୍ବୀକୃତି ଦେଇଛି ସ୍ପୋର୍ଟ୍ସ ଅଥୋରିଟି ଅଫ ଇଣ୍ଡିଆ (ଏସଏଆଇ) । ବିକାଶ ଚଳିତ ସପ୍ତାହ ଶେଷ ଆଡକୁ ନିଜ କୋଚ ରନ ସିମ୍ସ ଜୁନିଅରଙ୍କ ସହ ଆମେରିକା ଯାତ୍ରା କରିବେ କ୍ରିଷ୍ଣନ । ସେଠାରେ ଭର୍ଜିଲିଆ ସ୍ଥିତ ଆଲେକଜାଣ୍ଡ୍ରିଆ ବକ୍ସିଂ କ୍ଲବରେ ସେମାନେ ନଭେମ୍ବର 30 ପର୍ଯ୍ୟନ୍ତ ଟ୍ରେନିଂ କରିବେ ।
ଏକ ବିବୃତ୍ତିରେ ଏସଏଆଇ କହିଛି ଯେ ଭାରତୀୟ ବକ୍ସିଂ ହାଇ ପରଫରମାନ୍ସ ନିର୍ଦ୍ଦେଶକ ସାଣ୍ଟିଆଗୋ ନିଭାଙ୍କ ଦ୍ବାରା ଫରେନ ଏକ୍ସପୋଜର ପାଇଁ ସୁପାରିଶ କରାଯାଇଛି । ଟାର୍ଗେଟ ଅଲିମ୍ପିକ ପୋଡିୟମ ଯୋଜନା (TOPS)ର ଏକ ଅଂଶ ଥିବା ବିକାଶଙ୍କୁ ଏହି ଗସ୍ତ ଅବଧି ପାଇଁ 17.5 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଅନୁମୋଦନ କରାଯାଥିବା ନେଇ ଏସଏଆଇ ନିଜ ବିବୃତ୍ତିରେ କହିଛି ।
ଆମେରିକାରେ କ୍ରିଷନଙ୍କ ପ୍ରଶିକ୍ଷଣ ବିଷୟରେ ନିଭା କହିଛନ୍ତି, ‘‘ବିକାଶଙ୍କ ପାଇଁ ଏହା ଏକ ବହୁତ ଭଲ ଅନୁଭୂତି ହେବ। ସେ ଏତେ ବର୍ଷ ଧରି ଜାତୀୟ ଦଳରେ ଅଛନ୍ତି ଏବଂ ତାଙ୍କ ପାଇଁ ଏହା ହେଉଛି ଉଚିତ ସମୟ ଯେ ସେ ବାହାରକୁ ଯାଇ ଭିନ୍ନ କିଛି କରିବେ ।’’